ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ

ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ
ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ

ନୂଆଦିଲ୍ଲୀ ୨୪/୦୮: ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହେଲା ପ୍ରଥମ ରାଜ୍ୟ । କର୍ଣ୍ଣାଟକରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିବା ସହ ଏମିତି କରି କର୍ଣ୍ଣାଟକ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରି ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଦିଗରେ ବଡ଼ ପଦକ୍ଷେପ ନେଇଛି । ରାଜ୍ୟର ମାତୃଭାଷା କନ୍ନଡ଼ରେ ଜାତୀୟ ଶିକ୍ଷାନୀତିର ଅନୁବାଦ ଠାରୁ ଆରମ୍ଭ କରି ଏଥିପାଇଁ ଟାସ୍କଫୋର୍ସ ଗଠନ କରିବା ଏବଂ ଏହାର କାର୍ଯ୍ୟକାରିତା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ।

ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିଥିବାରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ, ନୂଆ ଶିକ୍ଷାନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ଏବଂ ସମସ୍ତ ଅଂଶୀଦାର ଥିବା ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଶିକ୍ଷା ନୀତି ଭାରତକୁ ବିଶ୍ବରେ ପୁନଃ ରୂପ ଦେବ । ଭାରତକୁ ଏକ ସୁଦୃଢ଼ ଜ୍ଞାନର ଅର୍ଥନୀତି ଭାବରେ ରାଷ୍ଟ୍ରୀୟ ଆକାଂକ୍ଷାକୁ ପୂରଣ କରିବାରେ ସାମୁହିକ ଉଦ୍ୟମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।