Monday, January 6, 2025
19.8 C
Odisha

    ଆଜି ନୌସେନା ଦିବସ

    ଆଗକୁ ପଢନ୍ତୁ

    ଆଜି ନେଭି ଡେ । ପରାକ୍ରମ ଦେଖାଇବ ନୌସେନା । ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଯୁଦ୍ଧ କୌଶଳ ଦେଖାଇବେ ନୌବୀର। ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ଟର ଗର୍ଜନରେ କମ୍ପିବ ବେଳାଭୂମି । କଳା କୋଶଳ ଦେଖାଇବ ଫାଇଟର ଜେଟ୍ । ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ ରଣ କୌଶଳ ଦେଖାଇବେ। INM ଜଲସା, ମିସାଇଲ ଡେଷ୍ଟ୍ରୟର INS ଦିଲ୍ଲୀ, INS ଶକ୍ତି ଭଳି ୧୫ଟି ଯୁଦ୍ଧ ଜାହାଜ ସାମିଲ ହୋଇ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, ଏମଏସ୍-60 ହେଲିକପ୍ଟର ଦେଖାଇବେ ନୌସେନା ବୀରତ୍ବ। ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ।

    ନେଭି ଡେ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଯୁଦ୍ଧକୌଶଳ ଦେଖାଇବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଭବ୍ୟ ରାଷ୍ଟ୍ରୀୟ ଉତ୍ସବ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି ଟ୍ରାଫିକ କଟକଣା । ପୁରୀରେ ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ହୋଇଛି । ସହରରେ ନିୟୋଜିତ ହୋଇଛନ୍ତି ୮୫ ପ୍ଲାଟୁନ୍ ଫୋର୍ସ । ବେଳାଭୂମିରେ ମୁତୟନ ହେବେ ଅତିରିକ୍ତ ୩ଶହ ଲାଇଫ ଗାର୍ଡ । ପର୍ଯ୍ୟଟକମାନେ ୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

    ଆଜି ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ପହଁଚିବା ପରେ ଅପରାହ୍ଣ ୪ଟା ୧୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ। ଏହାପରେ ଘଣ୍ଟାଏ ଧରି ଲେଜର ସୋ, ଫାୟାର ସୋ ଓ ଡ୍ରୋନ୍ ସୋ ହେବ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    64 %
    1.4kmh
    2 %
    Mon
    28 °
    Tue
    28 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ