ନୌସେନାରେ ସାମିଲ ହେଲା INS ଭେଲା

ନୌସେନାରେ ସାମିଲ ହେଲା INS ଭେଲା

ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ା ଜାହାଜ INS ଭେଲା। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି ବୁଡ଼ା ଜାହାଜ INS ଭେଲା। ମୁମ୍ବାଇ ନୌସେନା ବନ୍ଦରରେ INS ଏହାକୁ କମିଶନ କରାଯାଇଛି। ଏହି ପଣ୍ଡୁବି ୨୦୧୯ ମେ ୬ ରେ ତିଆରି ଆରମ୍ଭ ହୋଇଥିଲା। INS ଭେଲା ଲମ୍ବ ୨୨୧ ଫୁଟ। ଏହାର ଦୈର୍ଘ୍ୟ ୨୦ ଫୁଟ, ଉଚ୍ଚତା ୪୯ ଫୁଟ ହୋଇଥିବା ବେଳେ ଡ୍ରାଫ୍ଟ ୧୯ ଫୁଟ। ଏହା ଚାରୋଟି MTU 12V 396 SE84 ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ। ସେଠାରେ 360X ବ୍ୟାଟେରୀ ସେଲ୍ ଅଛି। ଏହା ବ୍ୟତୀତ, DRDO ଦ୍ୱାରା ନିର୍ମିତ ଏକ PAFC ଇନ୍ଧନ ସେଲ୍ ମଧ୍ୟ ଏଥିରେ ଅଛି।