Saturday, February 14, 2026
30.7 C
Odisha

    IPL ନିଲାମୀ: କାହାକୁ କିଣିଲା କିଏ

    ଆଗକୁ ପଢନ୍ତୁ

    ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଆଇପିଏଲ୍‌ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୭ କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କ୍ରୟ କରିଛି।

    ବୋଲରମାନଙ୍କ କଥା ଦେଖିଲେ ଅର୍ଶଦୀପ ସିଂ ଓ ୟୁଜବେନ୍ଦ୍ର ଚହଲଙ୍କୁ ୧୮ କୋଟି ଟଙ୍କା ମୂଲ୍ୟରେ ପଞ୍ଜାବ କିଙ୍ଗ୍ସ କରେ କରିଛି। ମହମ୍ମଦ ସିରାଜ ୧୨.୨୫ କୋଟି ଟଙ୍କାରେ ଗୁଜରାଟ ଜାଏଣ୍ଟ୍ସକୁ ଏବଂ ମହମ୍ମଦ ଶାମି ୧୦ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଯାଇଛନ୍ତି।

    ବିଦେଶୀ ବୋଲରଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୧୧.୭୫ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କାଗିସୋ ରାବାଡା ୧୦.୭୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସରେ ସାମିଲ ହୋଇଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୨.୫୦ କୋଟି ଟଙ୍କାରେ କିଣିଛି। ସନରାଇଜର ହାଇଦ୍ରାବାଦ ଭାରତୀୟ ସ୍ପିନର ରାହୁଲ ଚହରଙ୍କୁ ୩.୨୦ କୋଟି ଏବଂ ଆଡାମ ଜାମ୍ପାଙ୍କୁ ୨.୪୦ କୋଟି ଟଙ୍କାରେ କିଣିଛି। ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଆଫଗାନିସ୍ଥାନ ସ୍ପିନର ନୁର ଅହମ୍ମଦଙ୍କୁ ୧୦ କୋଟି ଟଙ୍କା ଦେଇ କରେ କରିଛି। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ନଟରାଜନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି ଟଙ୍କାରେ କିଣିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ