ଆଇପିଏଲ ୨୦୨୨ ସଂସ୍କରଣ; ଫେବୃଆରୀ ୧୨ରୁ ମେଗା ନିଲାମ ପ୍ରକ୍ରିୟା

ଆଇପିଏଲ ୨୦୨୨ ସଂସ୍କରଣ; ଫେବୃଆରୀ ୧୨ରୁ ମେଗା ନିଲାମ ପ୍ରକ୍ରିୟା

ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରି କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀଙ୍କ ସମେତ ୭ ଆସୋସିଏଟ ଦେଶର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ ।

ବିଭିନ୍ନ ଫ୍ରାଚାଂଇଜ ୩୩ ଖେଳାଳିଙ୍କୁ ରିଟେନ କରିଛନ୍ତି । ୨ କୋଟି ବେସ ପ୍ରାଇସରେ ୪୮, ୧.୫କୋଟିରେ ୨୦ ଓ ୧କୋଟିରେ ୩୪ ଖେଳାଳି ନିଜର ବେସ ପ୍ରାଇସ ରଖିଛନ୍ତି ।

ତେବେ ଚଳିତ ବର୍ଷ ପାଇଁ କ୍ରିସ ଗେଲ, ମିଚେଲ ଷ୍ଟାର୍କ, ସ୍ୟାମ କରନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର, ଜୋ ରୁଟ, କ୍ରିସ ୱକ୍ସ ନିଲାମ ପ୍ରକ୍ରିୟାରେ ନିଜକୁ ସାମିଲ କରି ନାହାନ୍ତି ।