ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ, ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ, ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ାରୁ ଆଇପିଏଲ୍‌ ବେଟିଂ ରାକେଟ ଠାବ । ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ। ଏହାସହ ଏଥିରେ ସାମିଲ ୨ଜଣଙ୍କୁ ଗିରଫ କରାଯାଇଛି । ଏହି ରାକେଟର ଚେର ଦେଶ ବାହାରକୁ ଲମ୍ବି ଥିବା କୁହାଯାଉଛି। ଖବର ଅନୁଯାୟୀ, ଝାରସୁଗୁଡ଼ା ସହର ଗୋଶାଳା ଛକ ନିକଟରେ ବେଟିଂ ରାକେଟ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଟାଉନ ପୋଲିସ ଏକ କୋଠରୀରେ ଚଢ଼ାଉ କରିଥିଲା । ଚଢାଉରେ ଏହି ଆଇପିଏଲ୍‌ ବେଟିଂ ରାକେଟ ଠାବ ହୋଇଥିଲା । ଘଟଣାସ୍ଥଳରୁ ନଗଦ ୬ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଥିଲା।ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଷ ସାହୁ ଓ ଅକିଲ ଆଜିଜ ମୋତିବାଲା। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ପୋଲିସ କହିଛି । ତେବେ ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ବେଟିଂ ଚାଲିଥିଲା।