କ'ଣ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି କି ଶିଳ୍ପା ?

କ'ଣ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି କି ଶିଳ୍ପା ?
timesofindia

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଜୀବନର 'ନୂଆ ଅନ୍ତ' ଟାଇଟଲରେ ଏକ ନୋଟ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ ଜୀବନରେ କେହି ଅତୀତକୁ ଫେରିଯାଇ ବ୍ରାଣ୍ଡ ଆରମ୍ଭ କରିପାରିବ ନାହିଁ, କିନ୍ତୁ ବର୍ତ୍ତମାନରୁ ସବୁ କିଛି ଆରମ୍ଭ ହୋଇପାରିବ ଏବଂ ଏବେ ବ୍ରାଣ୍ଡ ନ୍ୟୁ ଏଣ୍ଡିଂ ବା ନୂଆ ଅନ୍ତ କରାଯାଇପାରିବ ବୋଲି ସେ ଲେଖିଛନ୍ତି । ବ୍ୟବସାୟୀ ସ୍ବାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଏଭଳି କିଛି ନୋଟ୍ସ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅଭିନେତ୍ରୀ ।

ଏହି ବିବାଦ ବର୍ତ୍ତମାନ ଚାଲିଥିବା ବେଳେ ଶିଳ୍ପା ଶନିବାର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବ୍ରାଣ୍ଡ ନୂଆ ଅନ୍ତ ସମ୍ପର୍କରେ କିଛି ଲେଖା ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ ଜୀବନରେ ଆମେ ଭୁଲ ନିଷ୍ପତ୍ତି ନେବାରେ ବହୁତ ସମୟ ବ୍ୟର୍ଥ କରିବା ସହିତ ଭୁଲ କରିବାରେ ଓ ବନ୍ଧୁଙ୍କୁ ଦୁଃଖ ପହଞ୍ଚାଇବାରେ ସମୟ ଅତିବାହିତ କରିସାରିଛୁ । ଏସବୁ କରିବା ପରେ ମଧ୍ୟ ଆମେ ଉତ୍ତମ ଆଚରଣ କଲେ ମଧ୍ୟ ଏହାକୁ ବଦଳାଇ ପାରିବା ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଏଥିରୁ ମୁକୁଳିବା ପାଇଁ ଆମେ ଆହୁରି ଭଲ ନିଷ୍ପତ୍ତି ନେବା ସହିତ ଅତୀତରେ କରିଥିବା ଭୁଲକୁ ଏଡାଇବା ଆବଶ୍ୟକ ।

ସେ ଆହୁରି ଲେଖିଛନ୍ତି ଯେ ଅତୀତରେ ଯାହା ସବୁ ଘଟିଯାଇଛି, ଏହାକୁ ବ୍ୟାଖ୍ୟା କରିବାକୁ ସମୟ ନାହିଁ । ଭବିଷ୍ୟତରେ ଯାହା କରିବାକୁ ଇଚ୍ଛା ସେହି ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ଶିଳ୍ପା ନିଜ ପୋଷ୍ଟରେ ଲାଲ ରଙ୍ଗର ହାର୍ଟ ଇମୋଟିକନ ସହିତ ସେୟାର କରିଛନ୍ତି । ଏହାରି ମଧ୍ୟରେ ଶିଳ୍ପା ନିଜ ବାନ୍ଧବୀଙ୍କ ସହିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଯାଇଛନ୍ତି । ସେପଟେ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମୁମ୍ବାଇ ପୋଲିସ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଜାରି କରିଛି । ଏଥିରେ ଶିଳ୍ପାଙ୍କ ସହିତ ୪୩ ଜଣଙ୍କ ବୟାନ ରହିଛି ।