Thursday, January 22, 2026
15.5 C
Odisha

    ISI ମୁଖ୍ୟଙ୍କୁ ଗିରଫ କଲା ପାକିସ୍ତାନ ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା । ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା ।ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମୀଦଙ୍କୁ ନିଜ ହେପାଜତକୁ ନେଇଛି ପାକିସ୍ତାନ ସେନା । ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି ସେନା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛି ପାକିସ୍ତାନ ସେନା । ‘ଲେଫ୍ଟନାଣ୍ଟଙ୍କ ବିରୋଧରେ ରୁଜୁ ମାମଲାର ସତ୍ୟତା ଯାଞ୍ଚ କରାଯିବ । ବର୍ତ୍ତମାନ, ପାକିସ୍ତାନ ସେନା ଅଧିନିୟମର ପ୍ରାବଧାନ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ (ରିଟାୟର୍ଡ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।’ ଟପ ସିଟି ପକ୍ଷରୁ ମଧ୍ୟ ଫୈଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଥିଲା। ଟପ ସିଟି ହେଉଛି ପାକିସ୍ତାନର ଗୋଟିଏ ଘରୋଇ ହାଉସିଂ ସ୍କିମ। ସଂସ୍ଥା ଅଭିଯୋଗ କରିଥିଲା ଯେ ଫୈଜ ପୂର୍ବାଗ୍ରହ ରଖି ଏହାର ଅଫିସ ଓ ମାଲିକ ମୋଇଜ ଖାନଙ୍କ ବାସଭବନରେ ରେଡ କରିଥିଲେ। ନିଜ କ୍ଷମତାର ଅପବ୍ୟବହାର ମଧ୍ୟ କରିଥିଲେ। ଅଭିଯୋଗ ପରେ ପାକିସ୍ତାନ ସେନା ପକ୍ଷରୁ ଏପ୍ରିଲ ମାସରେ ଗୋଟିଏ ତଦନ୍ତ କମିଟି ଗଠନ କରାଯାଇଥିଲା। ଫୈଜ କ୍ଷମତାର ଅପବ୍ୟବହାର କରିଛନ୍ତି କି ତା’ର ଯାଞ୍ଚ କମିଟି କରିଥିଲା। ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ କମିଟି ଗଠନ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.5 ° C
    15.5 °
    15.5 °
    64 %
    1.6kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    32 °
    Mon
    30 °

    ସମ୍ବନ୍ଧିତ