Saturday, March 21, 2026
32.2 C
Odisha

    ସିରିଆରେ ଇସ୍ରାଏଲ ଆକ୍ରମଣ: ୬୮ ଇରାନ ସମର୍ଥିତ ଆତଙ୍କବାଦୀ ନିହତ

    ଆଗକୁ ପଢନ୍ତୁ

    ବେରୁତ: ସିରିଆର ପାଲମିରା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୬୮ ଜଣ ଇରାନ ସମର୍ଥକ ଆତଙ୍କବାଦୀ ନିହତ ହୋଇଛନ୍ତି।  ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇରାନ ସମର୍ଥକ ସିରିଆ ଗୋଷ୍ଠୀର ୪୨ ଜଣ, ୨୬ ଜଣ ବିଦେଶୀ (ଅଧିକାଂଶ ଇରାକୀ ଅଲ-ନୁଜାବା ଆନ୍ଦୋଳନରେ ସାମିଲ ଥିଲେ) ଏବଂ ଲେବାନନର ହେଜବୁଲ୍ଲା ସଶସ୍ତ୍ର ଗୋଷ୍ଠୀର ୪ ଜଣ ଆତଙ୍କବାଦୀ ଅଛନ୍ତି। ବ୍ରିଟେନ୍ ସ୍ଥିତ ସିରିଆନ୍ ଅବଜର୍ଭେଟୋରି ଫର୍ ହ୍ୟୁମାନ ରାଇଟ୍ସ ଵାର୍ ମନିଟର୍ସର ସୂଚନା ଅନୁସାରେ ଏହା ପୂର୍ବରୁ ବୁଧବାର ପୂର୍ବ ସିରିଆରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍‌ରେ ୫ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।  ଆମେରିକାର ଯୁଦ୍ଧ ବିମାନ ଡେୟର୍ ଏଜ୍-ଜୋର ପ୍ରଦେଶର ଅଲ୍-କୁରିୟାହ ମରୁଭୂମିରେ ସାମରିକ ନିର୍ମାଣକୁ ଟାର୍ଗେଟ କରିଛି।  ଅଲ୍-ହାସାକା ପ୍ରଦେଶରେ ଥିବା ଏକ ଆମେରିକୀୟ ଘାଟି ନିକଟରେ ଇରାନ ସମର୍ଥକ ଆତଙ୍କବାଦୀଙ୍କ ଦ୍ବାରା ରକେଟ୍ ମାଡ଼ ହେବା ପରେ ଏହି ଆକ୍ରମଣ ହୋଇଛି।

    ଯୁଦ୍ଧ ଅପରାଧ ମାମଲା, ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରିକଲା ଆଇସିସି

    ନୂଆଦିଲ୍ଲୀ: ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟ  ଏବଂ ଆତଙ୍କବାଦୀ ସଂଗଠନ ହମାସ୍‌ର  ନେତା ମହମ୍ମଦ ଦିୟାବ ଇବ୍ରାହିମ୍ ଅଲ୍-ମସରି  ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଗୁରୁବାର ଗିରଫ ପରୱାନା ଜାରି କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ ଏବଂ ଏହାପରେ ଇସ୍ରାଏଲ ଗାଜାରେ ଚଳାଇଥିବା ଧ୍ବଂସଲୀଳା ମାମଲାରେ ଶୁଣାଣି କରି ଆଇସିସି ନେତାନ୍ୟାହୁ ଓ ଅନ୍ୟମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କେତେକ ପଦକ୍ଷେପ ଯୋଗୁଁ ଗାଜାରେ ଘୋର ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବାରୁ ଆଇସିଜେର ତିନି ଜଣିଆ କମିଟି ୱାରେଣ୍ଟ ଜାରି କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଇସ୍ରାଏଲ ଆଇସିସିର ଅଧିକାରକୁ ପ୍ରତ୍ୟାଖ୍ୟାନ କରିବା ସହ ଗାଜାରେ ଯୁଦ୍ଧ ଅପରାଧକୁ ଅସ୍ୱୀକାର କରିଛି।   ଇସ୍ରାଏଲ ଆଇସିସିର ସଦସ୍ୟ ରାଷ୍ଟ୍ର ନୁହେଁ।  ତେଣୁ ଏଭଳି ୱାରେଣ୍ଟର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଇସ୍ରାଏଲ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.2 ° C
    32.2 °
    32.2 °
    24 %
    4.5kmh
    12 %
    Sat
    31 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ