Friday, April 19, 2024
42.1 C
Odisha

    ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ; କେଉଁ ଉଦେଶ୍ୟ ନେଇ ରହୁଥିଲା ଓଡ଼ିଶାରେ

    ଆଗକୁ ପଢନ୍ତୁ

    ଖୋଲିବ ସନ୍ଦିଗ୍ଧ ସୟଦ ଇଶାନ ବୁଖାରୀର ପ୍ରକୃତ ମୁଖା । ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଆଜି ଅଦାଲତ ରିମାଣ୍ଡ ପାଇଁ ଅନୁମତି ଦେଇପାରନ୍ତି  । ରିମାଣ୍ଡରେ ନେବାପରେ ଆକାଉଣ୍ଟ ଡିଟେଲସ ଖୋଳତାଡ଼ କରାଯିବ । ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି  । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା ତଥ୍ୟ ବାହାର କରିବା ପାଇଁ SFSLକୁ ପଠାଯାଇଛି ଜବତ ମୋବାଇଲ । ଏନଆଇଏ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ମାମଲାର ତଦନ୍ତ କରିବ । ଖୁବଶୀଘ୍ର ଅଭିଯୁକ୍ତକୁ ଜେରା କରିବେ କେରଳ, ପଞ୍ଜାବ, ମହାରାଷ୍ଟ୍ର ପୋଲିସ । ପିଏମଓରେ ଚାକିରି କରିଥିବା କହି କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସହ ଅଭିଯୁକ୍ତ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା । ପାକିସ୍ତାନର ଦୁଇ ଯୁବକଙ୍କ ସହ କଥାବାର୍ତ୍ତା ଓ ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିବା ପରେ ଘନୀଭୂତ ହୋଇଛି ସନ୍ଦେହ । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ବିବାହିତ ୭ ଜଣ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି STF ଏସପି । ଯାଜପୁର ମିଲତ ନଗର ଭଡାଘରେ ରହିବା ସହ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲେ । ୨୦୨୦ରେ ଧର୍ମଶାଳାରେ ଆଧାର କାର୍ଡ ପାଇଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । ତେବେ ଆବଶ୍ୟକୀୟ ଡ଼କୁମେଣ୍ଟ ଦେଖାଇ ନପାରିବାରୁ ଆଧାର କାର୍ଡ ହୋଇପାରି ନଥିଲା। ସେପଟେ ବୁଖାରୀ ରହୁଥିବା ରଗଡ଼ି ଜେଲର ସୁରକ୍ଷା ବଢାଇବା ପାଇଁ ଯାଜପୁର ଏସପିଙ୍କୁ ଚିଠି ଲେଖିଛନ୍ତି ଜେଲ ଅଧୀକ୍ଷକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    10 %
    2.8kmh
    5 %
    Fri
    41 °
    Sat
    44 °
    Sun
    44 °
    Mon
    41 °
    Tue
    41 °

    ସମ୍ବନ୍ଧିତ