ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ
ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର, ୧୨/୧୦: ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ବାଲିଚନ୍ଦ୍ରପୁର ଠାରେ ଏକ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ସୁବାସ ଧଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନୀଳମଣି ସାମଲ ଉଦଘାଟନ କରିଥିଲେ । ବୌଦ୍ଧ ଗବେଷକଙ୍କ ସହ ବହୁ ବୁଦ୍ଧିଜୀବୀ, ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଖଣ୍ଡାଧାରରେ ଗଣମାଧ୍ୟମ ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।  ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସୁରକ୍ଷା ଦିଗରେ ସାମ୍ବାଦିକମାନେ ମତ ରଖିଥିଲେ ।