ଜଳଦ କୁମାର ତ୍ରିପାଠୀ ହେବେ ମୁଖ୍ୟ ସୂଚନା କମିଶନର

ଜଳଦ କୁମାର ତ୍ରିପାଠୀ ହେବେ ମୁଖ୍ୟ ସୂଚନା କମିଶନର

ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରୀପାଠୀ ହେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଶ୍ରୀ ତ୍ରୀପାଠୀଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ତ୍ରୀପାଠୀଙ୍କ ନିଯୁକ୍ତି ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ମାସରେ ମୁଖ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ଆଇଆରଏସ୍‌ ଅଧିକାରୀ ସୁନିଲ କୁମାର ମିଶ୍ର ଅବସର ଗ୍ରହଣ କରିଥିଲେ । ଜୁନ୍‌ ମାସରେ ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।