ଯେବେ ବି ଦରକାର ପଡେ ଫୋନ କରିବେ, ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କ ଶାହା ଦେଲେ ନିଜ ନମ୍ବର

ଯେବେ ବି ଦରକାର ପଡେ ଫୋନ କରିବେ, ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କ ଶାହା ଦେଲେ ନିଜ ନମ୍ବର
ଯେବେ ବି ଦରକାର ପଡେ ଫୋନ କରିବେ, ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କ ଶାହା ଦେଲେ ନିଜ ନମ୍ବର

ଜମ୍ମୁ ୨୪।୧୦: ଜମ୍ମୁ-କଶ୍ମୀରର ତିନି ଦିନିଆ ଗସ୍ତର ଦ୍ଵିତୀୟ ଦିନରେ ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ର ଶାସିତ ଅଞ୍ଚଳର ଶୀତକାଳୀନ ରାଜଧାନୀ ପହଞ୍ଚିଛନ୍ତି। ରବିବାର ସନ୍ଧ୍ୟାରେ ସେ ଆରଏସପୁରା ସେକ୍ଟରରେ ଭାରତ-ପାକିସ୍ତାନ ସୀମା ଯାଇଛନ୍ତି। ଜମ୍ମୁ ସଂଲଗ୍ନ ମକଓ୍ଵାଲରେ ସେ ବିଏସଏଫ ପୋଷ୍ଟ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏଠାକାର ସ୍ଥାନୀୟ ଲୋକଙ୍କ ସହ ଚା ପାନ କରିଛନ୍ତି।

ଏହି ସମୟରେ ଗୃହ ମନ୍ତ୍ରୀ ଶାହା ମକଓ୍ଵାଲରେ ଜଣେ ସ୍ଥାନୀୟ ନାଗରିକଙ୍କ ଫୋନ ନମ୍ବର ନିଜ ମୋବାଇଲରେ ସେଭ୍ କରିଛନ୍ତି। କେବଳ ଏତିକି ନୁହେଁ ନିଜ ନମ୍ବର ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେବେ ବି ଦରକାର ପଡିବ ଫୋନ କରି ପାରିବେ ବୋଲି ଶାହା କହିଛନ୍ତି। ସେମାନଙ୍କ ସହ ଚା ପିଇବା ସହ ଅଧିକ ସମୟ ପର୍ଯ୍ୟନ୍ତ ଖଟରେ ବସି ଆରାମରେ କଥା ହୋଇଛନ୍ତି ଗୃହ ମନ୍ତ୍ରୀ।

 

 ପୂର୍ବରୁ ଜମ୍ମୁର ଭଗବତୀ ନଗରରେ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳପୋଛ କରିବା ଏବଂ ନାଗରିକଙ୍କ ହତ୍ୟା ଉପରେ ରୋକ୍ ଲଗାଇବା ରହିଛି। କାହାରିକୁ ବି କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ଏବଂ ବିକାଶକୁ ବାଧିତ ହେବାକୁ ଦିଆଯିବ ନାହିଁ।