ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ଫଳାଫଳ, ମୃଦୁଳ ଅଗ୍ରଓ୍ୱାଲ ପ୍ରଥମ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ଫଳାଫଳ, ମୃଦୁଳ ଅଗ୍ରଓ୍ୱାଲ ପ୍ରଥମ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ । ଆଇଆଇଟି ଖଡଗପୁର ଦ୍ୱାରା ଜାରି ଫଳାଫଳ ଅନୁସାରେ, ଏହି ପରୀକ୍ଷାରେ ମୃଦୁଳ ଅଗ୍ରଓ୍ୱାଲ ପ୍ରଥମ ହୋଇଛନ୍ତି । ସେ ୩୬୦ ରୁ ୩୪୮ ମାର୍କ ରଖିଛନ୍ତି। ସେହିପରି ଆଇଆଇଟି ଦିଲ୍ଲୀ ଜୋନରେ ମହିଳା କ୍ୟାଟାଗୋରୀରେ କାବ୍ୟା ଚୋପ୍ରା ଟପ୍ କରିଛନ୍ତି । ତେବେ ଏଥର ମୋଟ ୪୧ହଜାର ୮୬୨ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳତା ହାତେଇଛନ୍ତି । ଏମାନଙ୍କ ମଧ୍ୟରେ ୩୫ହଜାର ୪୧୦ ଜଣ ଛାତ୍ର ରହିଥିବା ବେଳେ ୬୪୫୨ ଜଣ ଛାତ୍ରୀ ରହିଛନ୍ତି ।ଜେଇଇ ଆଡଭାନ୍ସ ରେଜଲ୍ଟ ଜାଣିବା ପାଇଁ ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଆବଶ୍ୟକ ।ପରୀକ୍ଷାଫଳ ସହ ଉତ୍ତର ମଧ୍ୟ ଜାରି ହୋଇଛି । ଛାତ୍ରଛାତ୍ରୀମାନେ jeeadv.ac.in ଭିଜିଟ କରି ନିଜ ନିଜର ରେଜଲ୍ଟ ଦେଖିପାରିବେ । ତେବେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ସିଟ୍ ଆଳଟମେଣ୍ଟ ଅକ୍ଟୋବର ୨୭ ତାରିଖରେ ହେବ । ଅକ୍ଟୋବର ୩୦ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ୍ ରିପୋର୍ଟିଂ କରିବାକୁ ପଡିବ ।