ଗଣତନ୍ତ୍ର ସମ୍ମିଳନୀକୁ ଚୀନକୁ ଡାକିବନି ଆମେରିକା!

ଗଣତନ୍ତ୍ର ସମ୍ମିଳନୀକୁ ଚୀନକୁ ଡାକିବନି ଆମେରିକା!

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦ୍ଵାରା ଗଣତନ୍ତ୍ର ଉପରେ ଏକ ସମ୍ମିଳନୀ ଆୟୋଜନ କରୁଛନ୍ତି। ଆଗାମୀ ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଉଥିବା ଏହି ସମ୍ମିଳନୀ ପାଇଁ ୧୧୦ ରାଷ୍ଟ୍ରକୁ ଆମେରିକା ପକ୍ଷରୁ ଆମନ୍ତ୍ରଣ କରାଯାଇଛି । କିନ୍ତୁ ଚୀନକୁ ଏଥିପାଇଁ ଆମନ୍ତ୍ରଣ କରାଯାଇନାହିଁ । କିନ୍ତୁ ତାଇୱାନକୁ ଆମନ୍ତ୍ରଣ କରାଯାଇଥିବାର ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି । ଅନ୍ୟପକ୍ଷରେ ତୁର୍କୀ ନାଟୋ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ହୋଇଥିଲେ ମଧ୍ୟ ତାକୁ ଏହି ସମ୍ମିଳନୀକୁ ଆମନ୍ତ୍ରିତ କରାଯାଇ ନାହିଁ ।