ଜୁନିୟର ବିଶ୍ବକପ୍ ହକି ୨୦୨୧: ଉଦଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରେଇଲା ବେଲଜିୟମ

ଜୁନିୟର ବିଶ୍ବକପ୍ ହକି ୨୦୨୧: ଉଦଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରେଇଲା ବେଲଜିୟମ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ତେବେ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ୍‌ର ଦମ୍‌ଦାର ବିଜୟ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରି ବିଜୟୀ ହୋଇଛି ବେଲ୍‌ଜିୟମ୍‌। ତେବେ ଆଜି ସଂଧ୍ୟାରେ ଫ୍ରାନ୍ସକୁ ଭେଟିବ ଭାରତ । ବିନାଦର୍ଶକରେ ୧୬ଟି ଟିମ ମଧ୍ୟରେ ହେବ ଟକ୍କର। ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଥିବା ବେଳେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ବେଲ୍‌ଜିୟମ । ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ କୁ ଚାଇନା ଓ ଭାରତ ଭେଟିବ ଫ୍ରାନସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ କରାଯାଉଛି । ଖେଳାଳିଙ୍କ ସୁରକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।