ଜୁନିୟର ହକି ବିଶ୍ୱକପର ଦ୍ବିତୀୟ ଦିନ:ଇତିହାସ ରଚିଲା ଆର୍ଜେଣ୍ଟିନା

ଜୁନିୟର ହକି ବିଶ୍ୱକପର ଦ୍ବିତୀୟ ଦିନ:ଇତିହାସ ରଚିଲା ଆର୍ଜେଣ୍ଟିନା

ଆଜି ଜୁନିୟର ହକି ବିଶ୍ୱକପର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ଇଜିପ୍ଟ । ଏହି ମ୍ୟାଚରେ ଇତିହାସ ରଚିଛି ଆର୍ଜେଣ୍ଟିନା । ଭାରତର ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ଆର୍ଜେଣ୍ଟିନା । ସର୍ବାଧିକ ଗୋଲ ସ୍କୋର କରି ଇତିହାସ ରଚିଛି ଆର୍ଜେଣ୍ଟିନା । ଏହି ରେକର୍ଡ ପୂର୍ବରୁ ଭାରତ ପାଖରେ ଥିଲା । ୧୯୮୨ ବିଶ୍ବକପରେ ଭାରତ ସିଙ୍ଗାପୁରକୁ ୧୩-୦ ଗୋଲରେ ପରାଜିତ କରି ରେକର୍ଡ କରିଥିଲା। ତେବେ ଆଜି ମ୍ୟାଚରେ ଆର୍ଜେଣ୍ଟିନା ୧୪-୦ ଗୋଲରେ ଇଜିପ୍ଟକୁ ପରାଜିତ କରି ଭାରତର ରେକର୍ଡ ଭାଙ୍ଗିଛି । ଏହାସହ ଆଜି ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋରିଆ ଓ ନେଦରଲାଣ୍ଡ । ଏହି ମ୍ୟାଚରେ ସାଉଥ କୋରିଆକୁ ୧୨-୫ ଗୋଲରେ ପରାଜିତ କରିଥିଲା ନେଦରଲାଣ୍ଡ । ଆଜି ପଞ୍ଚମ ମ୍ୟାଚରେ କାନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ପରାଜିତ ହେବା ପରେ ଆଜିର ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।