ଅଫିସରଙ୍କ ଲୋକପ୍ରିୟତା ନେତାଙ୍କୁ ବାଧୁଛି : ଆଇଏଏସ ଓ ଆଇପିଏସଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ସାଂସଦଙ୍କ ଚିଠି

ଅଫିସରଙ୍କ ଲୋକପ୍ରିୟତା ନେତାଙ୍କୁ ବାଧୁଛି : ଆଇଏଏସ ଓ ଆଇପିଏସଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ସାଂସଦଙ୍କ ଚିଠି
ଅଫିସରଙ୍କ ଲୋକପ୍ରିୟତା ନେତାଙ୍କୁ ବାଧୁଛି : ଆଇଏଏସ ଓ ଆଇପିଏସଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ସାଂସଦଙ୍କ ଚିଠି

ନୂଆଦିଲ୍ଲୀ,୨୯/୮:  ବାବୁଙ୍କ ଲୋକପ୍ରିୟତା ଦେଖି ନେତା ଛାନିଆ । ଦିନକୁ ଦିନ ସୋସିଆଲ ମିଡିଆରେ ଅଧିକ ପ୍ରସିଦ୍ଧି ଅର୍ଜନ କରୁଛନ୍ତି ଆଇଏଏସ ଓ ଆଇପିଏସ ଅଧିକାରୀ । ଯାହା ନେତାଙ୍କ ତୁଳନାରେ ଅଧିକ । ଏହି ଘଟଣାକୁ କିଛି ନେତା ସହଜରେ ହଜମ କରିପାରୁ ନାହାଁନ୍ତି । ଏହାମଧ୍ୟରେ ମହୀଶୁର ସାଂସଦ ପ୍ରତାପ ସିହ୍ନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କୁ ଚିଠି ଲେଖି ଅଧିକାରୀଙ୍କୁ ସୋସିଆଲ ମିଡିଆ ପେଜ ଉପରେ କଟକଣା ଲଗାଇବାକୁ କହିଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଁଚାଇବାକୁ ଏକ ଗାଇଡଲାଇନ୍ ଜାରି କରିବା ଆବଶ୍ୟକ । ଆତ୍ମପ୍ରଚାର ପାଇଁ କେତେକ ଅଧିକାରୀ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି ।ଯାହା ଉପରେ ଅଙ୍କୁଶ ଲଗାଇବାକୁ ସେ କହିଛନ୍ତି ।

ଏହାପ୍ରଥମ ଥର ପାଇଁ ନୁହେଁ । ପୂର୍ବରୁ ମଧ୍ୟ ଥରେ ସାଂସଦ ପ୍ରତାପ ସିହ୍ନା ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେବଳ ଲୋକଦେଖାଣିଆ କହିଥିଲେ । ସେ ଆହୁରି କହିଛନ୍ତି ଯେ, କିଛି ଫ୍ୟାନ୍ ପେଜ୍ ଓ ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରାଯାଉଛି । ସରକାର ଏଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଗାଇଡଲାଇନ୍ ଜାରି କରିବା ଦରକାର ।

ସେ ଆହୁରି କହିଛନ୍ତି ଯେ, କିଛି ନାଗରିକମଧ୍ୟ ତାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ନିର୍ବାଚନରେ ଜିତି ଲୋକଙ୍କ ପ୍ରତିନିଧି ହୋଇଥିବାରୁ ସେମାନେ ନିଜ ନିର୍ବାଚନମଣ୍ଡଳୀରେ ତଥ୍ୟାତ୍ମକ ସୂଚନା ଲୋକଙ୍କୁ ଯୋଗାଇ ଦେଉଛନ୍ତି । କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ନିଜ ଛବିକୁ ଭଲ ଦର୍ଶାଇବା ପାଇଁ ସୋସିଆଲ ପ୍ଲାଟଫର୍ମର ଉପଯୋଗ କରୁଥିବା ମଧ୍ୟ ସେ କହିଛନ୍ତି ।