ଭିଜିଲାନ୍ସ ଜାଲରେ ସିଡିପିଓ, ଅଙ୍ଗନଓ୍ଵାଡି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ସିଡିପିଓ, ଅଙ୍ଗନଓ୍ଵାଡି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ

କଳାହାଣ୍ଡି ଥୁଆମୂଳ ରାମପୁର ଆଇସିଡିଏସ୍‌ ସିଡିପିଓ ପୁଷ୍ପାଞ୍ଜଳି ରଥ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନଓ୍ଵାଡି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଭବାନୀପାଟଣା ବଡପଡା ଘରେ ବୀର ସିଂଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢଉ କରିିଥିଲା । ଚଢଉରେ ନରବଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଜ୍‌, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ, ଅଜିତ୍‌ ପାଢୀ ପ୍ରମୁଖ ସାମିଲ ଅଛନ୍ତି । ଏବେ ତାଙ୍କ ବାସସ୍ଥାନ ସମେତ କଳାହାଣ୍ଡିର ଦୁଇଟି ଓ ବଲାଙ୍ଗିରର ଗୋଟିଏ ସ୍ଥାନରେ ଚଢଉ ଚାଲିଛି ।