Monday, October 12, 2026
28 C
Odisha

    ଏହି ଆସନରୁ ନିର୍ବାଚନ ଲଢ଼ିବେ କଳ୍ପନା ସୋରେନ

    ଆଗକୁ ପଢନ୍ତୁ

    ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନ ରାଜନୀତିରେ ପ୍ରବେଶ କରିଛନ୍ତି। ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଆସନରେ ମତଦାନ ମେ ୨୦ ରେ ଅନୁଷ୍ଠିତ ହେବ। ଜେଏମଏମ ପକ୍ଷରୁ କୁହାଯାଇଛି ଯେ ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ଏବଂ ବିଧାନସଭା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇଛି। ସମୀର ମହାନ୍ତି ଜାମସେଦପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କଳ୍ପନା ସୋରେନଙ୍କୁ ଗାଣ୍ଡେୟ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ନାମ ଘୋଷଣା ପୂର୍ବରୁ ମଧ୍ୟ କଳ୍ପନା ସୋରେନ ଗାଣ୍ଡେୟ ଆସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
    ଏହି ଆସନ ଝାଡଖଣ୍ଡର ଗିରିଡିହ ଜିଲ୍ଲା ଅଧୀନରେ ଆସୁଥିବାବେଳେ ନିକଟରେ କଳ୍ପନା ସେଠାରେ ଜେଏମଏମ କର୍ମୀ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ | ହେମନ୍ତ ସୋରେନ ଗିରଫ ହେବା ପୂର୍ବରୁ ମଧ୍ୟ କଳ୍ପନା ସୋରେନଙ୍କ ନାମ ଝାଡଖଣ୍ଡର ରାଜନୀତିରେ ଶୁଣିବାକୁ ମିଳିଥିଲା । ଯେତେବେଳେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଥିଲା, ସେତେବେଳେ ସେ ତାଙ୍କ ବାସଭବନରେ ଦଳର ନେତାଙ୍କ ଏକ ବୈଠକ ଡାକିଥିଲେ। ସେହି ବୈଠକରେ କଳ୍ପନା ସୋରେନ ମଧ୍ୟ ଯୋଗ ଦେଇଥିଲେ। ସେବେଠାରୁ ଆଲୋଚନା ଆରମ୍ଭ ହୋଇଥିଲା ଯେ ବର୍ତ୍ତମାନ କଳ୍ପନା ତାଙ୍କ ସ୍ୱାମୀଙ୍କ ରାଜନୀତିକୁ ଆଗକୁ ନେଇଯିବେ। ତେବେ ସେତେବେଳେ ଯଦିଓ ତାଙ୍କ ନାମ ଅଧିକାରିକ ଭାବେ ଘୋଷଣା କରାଯାଇନଥିଲା କିନ୍ତୁ ବର୍ତ୍ତମାନ ତାଙ୍କୁ ଜେଏମଏମ ନିର୍ବାଚନ ମଇଦାନକୁ ଓହ୍ଲାଇଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ