କୋର୍ଟରେ ହଜାର ହେଲେ କଙ୍ଗନା

କୋର୍ଟରେ ହଜାର ହେଲେ କଙ୍ଗନା
ndtv

ଗୀତିକାର ଜାଭେଦ ଅଖତର ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବାଇର ଅନ୍ଧେରି କୋର୍ଟରେ ହାଜର ହୋଇଛନ୍ତି । ଗତ ସପ୍ତାହରେ କୋର୍ଟ କଙ୍ଗନାଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ । ବାରମ୍ବାର ଅନୁରୋଧ ,ତ୍ତ୍ୱେ ସେ ଶୁଣାଣିରେ ଉପସ୍ଥିତ ହେଉନାହାନ୍ତି । ଯଦି ସେପ୍ଟେମ୍ବର ୨୦ ତାରିକରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ।

ବର୍ତ୍ତମାନ କୋର୍ଟଙ୍କ ମନ୍ତବ୍ୟ ପରେ କଙ୍ଗନା ହାଜର ହୋଇଛନ୍ତି । ଏହି ମାମଲାରେ ଶୁଣାଣି ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାିଛି । କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକି ମାମଲାକୁ ଟ୍ରାନ୍ସଫର୍ କରିବାକୁ ଆବେଦନ କରିଛନ୍ତି । ଯାହାର ଶୁଣାଣି ଅକ୍ଟୋବର ୧ ତାରିଖରେ ହେବ । ସେହିପରି ସେପ୍ଟେମ୍ବର ୧୪ ତାରିଖରେ ହୋଇଥିବା ଶୁଣାଣିରେ ଜାବେଦ ଅଖତର କୋର୍ଟରେ ଉପସ୍ଥିତ ଥିଲେ କିନ୍ତୁ କଙ୍ଗନା ଉପସ୍ଥିତ ନଥିଲେ ।

ଏଥିସହିତ ଓକିଲ କଙ୍ଗନାଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେବା ପାଇଁ ମଧ୍ୟ ଦାବି କରିଥିଲେ । ଯାହା କୋର୍ଟ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ କଙ୍ଗନାଙ୍କୁ ଆଗାମୀ ଦିନରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । କୋର୍ଟ କଙ୍ଗନାଙ୍କୁ ଚେତାବନୀ ଦେଇଥିଲେ । ଯଦି କଙ୍ଗନା ଆଗାମୀ ଦିନରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ।