Thursday, April 2, 2026
37.1 C
Odisha

    ପଞ୍ଜାବର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲଙ୍କ ଘୋଷଣା

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ବା ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ପଞ୍ଜାବ ଗସ୍ତ କରୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ମିଶି ସେ ଅନେକ ସରକାରୀ ଯୋଜନାର ଶୁଭାରମ୍ଭ କରୁଛନ୍ତି । ଏହାସହ ଦୁଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନ ଗସ୍ତ କରି ଲୋକଙ୍କୁ ଆର୍ଶିବାଦ ମାଗୁଛନ୍ତି । ଏସବୁ ଭିତରେ ଆଜି ପଞ୍ଜାବ ଗସ୍ତରେ ଥିବା ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିବା ଅବସରରେ କହିଛନ୍ତି କି, ପଞ୍ଜାବର ସମସ୍ତ ଲୋକସଭା ଆସନରେ ଆପ୍ ପ୍ରାର୍ଥୀ ଦେବ ।ଶନିବାର ଦିନ ପଞ୍ଜାବର ଖନ୍ନା ଠାରେ ଏକ ସଭାରେ ଭାଷଣ ଦେବା ଅବସରରେ କେଜ୍ରିୱାଲ କହିଛନ୍ତି କି, ଆଗାମୀ ୧୫ ଦିନ ମଧ୍ୟରେ ପଞ୍ଜାବର ୧୪ ଓ ଚଣ୍ଡିଗଡର ଗୋଟିଏ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ।ସୂଚନା ଥାଉକି ଇଣ୍ଡିଆ ମେଣ୍ଟରେ ଥିବା ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ପଞ୍ଜାବ ଲୋକସଭା ଆସନ ଭାଗବଣ୍ଟାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ କେଜ୍ରିୱାଲଙ୍କ ଘୋଷଣା ପରେ ଆଜି ସ୍ପଷ୍ଟ ହୋଇଯାଇଛି କି, ପଞ୍ଜାବରେ କଂଗ୍ରେସ ଓ ଆପ୍ ଅଲଗା ଭାବେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ