କେରଳରେ ଆରମ୍ଭ ହେଲା ମୋବାଇଲ୍ ମେଡିକାଲ୍ କ୍ଲିନିକ୍

କେରଳରେ ଆରମ୍ଭ ହେଲା ମୋବାଇଲ୍ ମେଡିକାଲ୍ କ୍ଲିନିକ୍

କେରଳରେ ଅଧିକ ଉନ୍ନତ ହେବ ସ୍ୱାସ୍ଥ୍ୟସେବା । ଗ୍ରାମାଞ୍ଚଳରେ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଥି ପାଇଁ କେରଳ ସରକାର ଆରମ୍ଭ କରିଛନ୍ତି କ୍ଲିନିକ୍ ଅନ୍ ହ୍ୱିଲ୍ସ । ଅର୍ଥାତ୍ ମୋବାଇଲ୍ ମେଡିକାଲ୍ କ୍ଲିନିକ ସାହାଯ୍ୟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା । ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏର୍ଣ୍ଣାକୁଲମ୍ କରାୟୋଗାମଙ୍କ ଦ୍ୱାରା ଆରମ୍ଭ କରାଯାଇଛି କ୍ଲିନିକ୍ ଅନ୍ ହ୍ୱିଲ୍ସ ଯୋଜନା । ଯାହା ସମାଜର ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସହାୟକ ହେବ । “ପ୍ରାରମ୍ଭରେ, ଏହାକୁ କରୋନା ଟୀକାକରଣ ଡ୍ରାଇଭ୍ କରିବା ପାଇଁ ବ୍ୟବହାର କରିବାକୁ ଯୋଜନା କରାଯଇଛି । ଏର୍ଣ୍ଣାକୁଲମ୍ କରାୟୋଗାମର କୋଷାଧ୍ୟକ୍ଷ କେ.ଟି ମୋହନନ୍, ଏର୍ନାକୁଲମ୍ ଜିଲ୍ଲା, କୋଟାୟାମ ଜିଲ୍ଲା ଏବଂ ଆଲେପ୍ପିର ଗ୍ରାମାଞ୍ଚଳର ଲୋକଙ୍କୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ।