୧୨ ଘଣ୍ଟାରେ ୨ ନେତାଙ୍କୁ ହତ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଲାଗିଲା ୧୪୪ ଧାରା

୧୨ ଘଣ୍ଟାରେ ୨ ନେତାଙ୍କୁ ହତ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଲାଗିଲା ୧୪୪ ଧାରା

କେରଳରେ ଗତ ୧୨ ଘଣ୍ଟାରେ ଦୁଇ ଦୁଇ ଜଣ ରାଜନେତାଙ୍କୁ ହତ୍ୟା ଚାଞ୍ଚଲ୍ୟ ଖେଳାଇବା ସହ ଘଟଣାକୁ ନେଇ ଅଲାପୁଜ୍ଜା ଜିଲ୍ଲାରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଏହି ହତ୍ୟାକାଣ୍ଡକୁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ନିନ୍ଦା କରି କହିଛନ୍ତି ଯେ, ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଏହାସହ ଆଶଙ୍କିତ ପ୍ରତିକୂଳ ପରିସ୍ଥିତିକୁ ରୋକିବା ପାଇଁ ଅଲାପୁଜ୍ଜାରେ ୧୪୪ ଧାରା ଲାଗୁ କରାଯାଇଛି ।

ଆଜି ସକାଳୁ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା। ମୃତ ବିଜେପି ନେତାଙ୍କ ନାମ ରଞ୍ଜିତ ଶ୍ରୀନିବାସ ବୋଲି ଜଣାପଡ଼ିଥିବା ବେଳେ ସେ ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । ସୂଚନା ଅନୁସାରେ ସକାଳେ କିଛି ଲୋକ ଶ୍ରୀନିବାସଙ୍କ ଘର ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲେ, ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କେଏନ୍ ଶାନଙ୍କ ହତ୍ୟା ପ୍ରତିଶୋଧରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଥିବା ଚର୍ଚ୍ଚା ହେଉଛି ।୧୨ ଘଣ୍ଟା ମଧ୍ୟରେ ୨ ନେତାଙ୍କୁ ହତ୍ୟା ପରେ ଅଲାପୁଜ୍ଜାରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ କରିଛନ୍ତି ଜିଲ୍ଲାପାଳ ।