Tuesday, September 17, 2024
24.3 C
Odisha

    ମୌସୁମୀ ଅଫରକୁ ନେଇ ଜବାବ ରଖିଲେ କେଶବ ପ୍ରସାଦ ମୌର୍ଯ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି | ଆଉ ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମୌସୁମୀ ପ୍ରସ୍ତାବ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟ ତାଙ୍କ ନାମ ନ ନେଇ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ମୌସୁମୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି – ୨୦୨୭ ମସିହାରେ ପୁଣି ସଂଖ୍ୟା ୪୭ରେ ପହଂଚିଯିବ | ଏକ ବୁଡ଼ି ଯାଉଥିବା ଜାହାଜ ଏବଂ ଏକ ମରିବାକୁ ଯାଉଥିବା ଦଳ ଯାହାର ବର୍ତ୍ତମାନ ଏବଂ ଭବିଷ୍ୟତ ବିପଦରେ ଅଛି। ସେମାନେ ମୁଙ୍ଗେରିଲାଲଙ୍କ ସୁନ୍ଦର ସ୍ୱପ୍ନ ଦେଖିପାରିବେ। । କିନ୍ତୁ ଏହା ସମ୍ଭବ ହୋଇପାରିବ ନାହିଁ, ଆମେ ୨୦୨୭ରେ ୨୦୧୭ର ଫଳାଫଳକୁ ପୁନରାବୃତ୍ତି କରିବୁ, ତା’ପରେ ଆମେ ବିଜେପି ସରକାର ଗଠନ କରିବୁ |
    ବାସ୍ତବରେ ଉତ୍ତରପ୍ରଦେଶରେ ବିଜେପି ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ମତଭେଦକୁ ନେଇ ଅଖିଳେଶ ଯାଦବ ଏକ ଅଫର ଦେଇଥିଲେ । ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ ‘ମୌସୁମୀ ଅଫର: ୧୦୦ ଆଣ, ସରକାର ଗଠନ କର!। ଅଖିଳେଶ ଯାଦବଙ୍କ ଏହି ମନ୍ତବ୍ୟ ଏଭଳି ସମୟରେ ଆସିଥିଲା, ଯେତେବେଳେ ରାଜ୍ୟ ବିଜେପିର ଘରକଳି ପଦାରେ ପଡ଼ିଥିଲା । ଯଦିଓ ଅଖିଳେଶ ଯାଦବ ତାଙ୍କ ପୋଷ୍ଟରେ କାହାର ନାମ ଲେଖି ନଥିଲେ, ତଥାପି ବିଶ୍ୱାସ କରାଯାଉଥିଲା ଯେ ତାଙ୍କ ଅଫର କେବଳ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଇଁ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    86 %
    2.2kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ