Saturday, December 13, 2025
14.9 C
Odisha

    KIIT ନନ୍ନିପରୀ ରୌପ୍ୟ ଜୟନ୍ତୀ କଲକାତା ସଂସ୍କରଣ ଉଦ୍ଘାଟିତ

    ଆଗକୁ ପଢନ୍ତୁ

    କୋଲକାତା : ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଯୁବତୀମାନଙ୍କୁ କେବଳ ସେମାନଙ୍କର ଆକର୍ଷଣ ଏବଂ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବା ପାଇଁ ନୁହେଁ, ବରଂ ସେମାନଙ୍କର ଶୈଳୀ, ବୁଦ୍ଧି, ସନ୍ତୁଳନ ଏବଂ କରିସ୍ମା ପ୍ରଦର୍ଶନ କରିବା ଜରୁରୀ ବୋଲି KIIT ନନ୍ନିପରୀ ରୌପ୍ୟ ଜୟନ୍ତୀ କଲକାତା ସଂସ୍କରଣକୁ ଉଦ୍ଘାଟନ କରି ରାମକୃଷ୍ଣ ମିଶନ ସ୍ବାମୀ ବିବେକାନନ୍ଦ ସେଣ୍ଟେନାରୀ କଲେଜର ଅଧ୍ୟକ୍ଷ ସ୍ବାମୀ କମଲାସ୍ଥାନନ୍ଦ ମହାରାଜ କହିଛନ୍ତି । କଲକାତାର ବନ୍ଦିପୂର୍ ଆଇଡିଆଲ ଏକାଡେମୀ ବାଳିକା ହାଇସ୍କୁଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ଚୌଧୁରୀ ସଭାପତିତ୍ବ କରିଥିଲେ ।

    ମୁଖ୍ୟଅତିଥି ଭାବେ ଯୋଗଦେଇ ସିଫ୍ରି ନିର୍ଦେଶକ ଡ଼. ବସନ୍ତ କୁମାର ଦାସ କହିଥିଲେ ସମାଜର ପ୍ରତିଟି ସ୍ତରର ଜନତା କିପରି ସମାଜର ଉତ୍କର୍ଷତାକୁ ଅବଲୋକନ କରିବେ ସେଥିପାଇଁ KIIT, KISS ଓ KIDS ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କାର୍ଯ୍ୟ କରି ଚାଲିଛନ୍ତି । ଆଦିବାସୀ ଜନଜାତିଙ୍କ ସନ୍ତାନମାନେ କିପରି ଶିକ୍ଷିତ ହେବେ ଏବଂ ଅନ୍ୟ ପାଞ୍ଚଜଣଙ୍କ ଭଳି ନିଜ ପ୍ରତିଭା ବିସ୍ତାର କରିବେ ସେଥିପାଇଁ ଡ. ସାମନ୍ତଙ୍କ ଉଦ୍ୟମ ପ୍ରଶଂସନୀୟ ।  କୀଟ ନନ୍ନିପରୀ ପ୍ରତିଯୋଗିତା କାର୍ଯ୍ୟତଃ ସର୍ବ ଭାରତୀୟ ସ୍ତରରେ କନ୍ୟା ସନ୍ତାନଙ୍କ ପ୍ରତିଭା ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ପାଳନ କରୁଛି ।

    ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚୌଧୁରୀ କହିଥିଲେ ନନ୍ନିପରୀ କାର୍ଯ୍ୟକ୍ରମ ରେ କିଶୋରୀ ଝିଅମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପରି ପୂରଣ କରିବାରେ ସାହାଯ୍ୟ କରିପାରିବ ।  ଶିକ୍ଷାବିତ୍ ଗୌତମ କୁମାର କୁଣ୍ଡୁ କହିଲେ ଯେ ଏହି ନାନ୍ମୀପରୀ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟକ ।  ପ୍ରତିବର୍ଷ କିଶୋରୀମାନଙ୍କ ପାଇଁ ଏହି ପ୍ରତିଭା ପ୍ରଦର୍ଶନ ଆୟୋଜନ କରି KIIT ପ୍ରତିଷ୍ଠାତା ଡ.ସାମନ୍ତ ସେମାନଙ୍କ ପ୍ରତିଭା ବିକାଶର ସୁଯୋଗ କରାଇ ଦେଇଛନ୍ତି। “ନନ୍ହିପରି” କାର୍ଯ୍ୟତଃ କିଶୋରୀ ଝିଅମାନଙ୍କ ପାଇଁ ଏକ ପ୍ରତିଭା ପ୍ରଦର୍ଶନର ମହାକୁମ୍ଭ।
    ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ତଡିତ କୁମାର ସରକାର, ଦେବାଶିଷ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।  ବିଚାରକ ଭାବେ ଗୁରୁ ଚିତ୍ରସେନ ସାହୁ, ଗୁରୁ ନନ୍ଦିତା ଚୌଧୁରୀ ମହାନ୍ତି,  ଅନିନ୍ଦିତା ବାଚି , ଅମ୍ରିତା ଉପାଧ୍ୟାୟ, ନବନିତା ଘୋଷ କାର୍ଯ୍ୟ କରିଛନ୍ତି ।  KIIT ମିଡ଼ିଆ ମ୍ୟାନେଜର ପ୍ରଭାତ କୁମାର ସିଂହ,ସମ୍ପର୍କ ଅଧିକାରୀ ବିଭାସ୍ ରଞ୍ଜନ ପୃଷ୍ଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଏଥିରେ  ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କଲକାତାରେ ଏହି ନନ୍ନିପରୀ ଉତ୍ସବ ଏକ ଗଣ ଉତ୍ସବର ରୂପ ନେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ