Tuesday, December 9, 2025
19.8 C
Odisha

    KIIT ପବ୍ଲିକ୍‍ ସ୍କୁଲ୍‍ର ବାର୍ଷିକ ପ୍ରଦର୍ଶନୀ, ବହୁ ସର୍ଜନାତ୍ମକ ପ୍ରକଳ୍ପ ପ୍ରଦର୍ଶିତ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ : KIIT ପବ୍ଲିକ୍‍ ସ୍କୁଲ୍‍ର ବାର୍ଷିକ ପ୍ରଦର୍ଶନୀ । ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର କଂସ ଦରବାରର ମଡେଲ, ବିଜ୍ଞାନ, ଭାଷା, ସାହିତ୍ୟ ଓ ସାମାଜିକ ବିଜ୍ଞାନ ଆଧାରିତ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ନେଇ ଆଜି ଅନୁଷ୍ଠିତ ହୋଇଯାଇଛି କିଟ୍‍ ପବ୍ଲିକ୍‍ ସ୍କୁଲ୍‍ର ବାର୍ଷିକ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସର୍ଜନାତ୍ମକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

    ଛାତ୍ରଛାତ୍ରୀମାନେ ସବୁବେଳେ ସର୍ଜନଶୀଳ ହେବା ଉଚିତ ବୋଲି ପ୍ରଦର୍ଶନୀକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି। ସେମାନେ ସେମାନଙ୍କ ଅନ୍ତର୍ନିହିତ ଜ୍ଞାନର ବ୍ୟବହାର କରି ନୂତନ ପରିକଳ୍ପନା ପ୍ରସ୍ତୁତ କରିବା ଉଚିତ । ଏ ଦିଗରେ ସେମାନଙ୍କ ଶିକ୍ଷକ ଓ ଅଭିଭାବକ ସେମାନଙ୍କୁ ଉତ୍ସାହିତ କରିବା ଉଚିତ । ଏଭଳି ପ୍ରଦର୍ଶନୀରେ ଜଣେ ପିଲା ଗୋଟିଏ ପରିକଳ୍ପନା ନେଇ ଆସିଥାଏ ।

    ମାତ୍ର ଯିବା ସମୟରେ ଅନେକ ପରିକଳ୍ପନା ନେଇ ଫେରିଥାଏ । ଏହା ସେମାନଙ୍କ ଅନ୍ତର୍ନିହିତ ଜ୍ଞାନର ଅଭିବୃଦ୍ଧି କରିଥାଏ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ରାଜୁ କେ. ଡି, କିସ୍‍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୋଦ କୁମାର ପାତ୍ର, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସମେତ ସ୍କୁଲ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ