Saturday, March 28, 2026
37.7 C
Odisha

    KIIT ଓ KISS ରେ ଭଲିବଲ୍ ମହାକୁମ୍ଭ, ଶନିବାର ହେବ ଆନୁଷ୍ଠାନିକ ଉଦ୍ଘାଟନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ ଓ କିସରେ ଆରମ୍ଭ ହୋଇଛି ଭଲିବଲ ମହାକୁମ୍ଭ ।  ଶନିବାର ଏହାର ଆନୁଷ୍ଠାନିକ ଉଦ୍ଘାଟନ ହେବ ।  କିଟ-କିସ ଓ ଏବଂ ଏଫଆଇଭିବି ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ୧୪ ତାରିଖରେ ଶେଷ ହେବ ।  ଏହି ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା। କିଟ ଓ କିସର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶା ସମେତ ବିଶ୍ଵର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଭଲିବଲ୍ ପ୍ରଶିକ୍ଷକଙ୍କ ପାଇଁ ଏକ କର୍ମଶାଳା ମଧ୍ୟ ଆୟୋଜିତ ହେବ।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୫୦୦ ଅଂଶଗ୍ରହଣକାରୀଙ୍କ ବ୍ୟତୀତ ଭାରତ ସମେତ ବିଶ୍ୱର ୨୦୦ରୁ ଅଧିକ ଭଲିବଲ୍ ପ୍ରଶିକ୍ଷକ, ଖେଳାଳି ଏବଂ ବିଶେଷଜ୍ଞ ଅଂଶଗ୍ରହଣ କରିବେ। ଏହି ଅବସରରେ ମହିଳା ଭଲିବଲ୍ କୋଚଙ୍କୁ କାର୍ମଶାଳା ଜରିଆରେ ପ୍ରଶିକ୍ଷଣ ସହ ସଶକ୍ତିକରଣ କରାଯିବ। ସେମାନେ ଏଠାରୁ ତାଲିମ ପାଇ ନିଜ ଅଞ୍ଚଳରେ ଭଲିବଲ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ ଫଳରେ ଏହା ଦ୍ଵାରା ୫୦ ହଜାରରୁ ଊର୍ଦ୍ଧ୍ବ ଭଲିବଲ ଖେଳାଳି ଏଥିରୁ ଉପକୃତ ହେବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଭଲିବଲ ପ୍ରଶିକ୍ଷକ ଜନ୍ କେସେଲ୍ ଏବଂ ଜାନା କୁଲାନ୍ ୪ଟି ଇନଡୋର ଓ ୪୦ରୁ ଊର୍ଦ୍ଧ୍ଵ ଆଉଟଡୋର କୋର୍ଟରେ ଗତିଶୀଳ ଅନ-କୋର୍ଟ ତାଲିମ, ଉନ୍ନତ କୌଶଳ ଅଧିବେଶନ, ପ୍ରଶିକ୍ଷକ-ବିକାଶ ପ୍ରୟୋଗଶାଳା ଓ ଗଣ ଅଂଶଗ୍ରହଣ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଏଫଆଇଭିବି ଓ ଭଲିବଲ୍ ୱାର୍ଲ୍ଡ ଫାଉଣ୍ଡେସନର ବରିଷ୍ଠ ପ୍ରତିନିଧିମାନେ ଓଡ଼ିଶା ଗସ୍ତରେ ଆସି କିଟରେ ପହଞ୍ଚି ସାରିଛନ୍ତି।

    ଭଲିବଲ ମହାକୁମ୍ଭର ଅନ୍ୟତମ ଆକର୍ଷଣ ରହିଛନ୍ତି ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ସଭାପତି ଫାବିଓ ଆଜେଭେଦୋ ସେ ସର୍ବଦା କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକୁ ପ୍ରଶଂସା କରି ଆସିଛନ୍ତି। ଏଥିରେ ଯେପରି ଝିଅମାନଙ୍କ ପାଇଁ ଆତ୍ମବିଶ୍ୱାସ, ନେତୃତ୍ୱ, ନିଷ୍ପତ୍ତି ନେବାର କ୍ଷମତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକୁ ବୃଦ୍ଧି କରାଯାଇ ପାରିବ ତା ଉପରେ ଧ୍ୟାନ ଦିଆଯାଉଛି। କନ୍ୟା କିରଣ ଶିକ୍ଷା, ସମ୍ପ୍ରଦାୟ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ସହଯୋଗକୁ ମିଶ୍ରଣ କରୁଥିବା ଏକ ଅନନ୍ୟ ମଡେଲ ଭାବରେ ଠିଆ ହୋଇଛି, ଏବଂ ମହିଳା ଛାତ୍ର, କର୍ମଚାରୀ ଏବଂ ଯୁବପିଢ଼ି – ବିଶେଷକରି ଓଡ଼ିଶା ଏବଂ ଭାରତର ଝିଅମାନଙ୍କୁ ସମର୍ଥନ କରିବା ପାଇଁ କିଟ ଓ କିସର ଏହା ଏକ ପ୍ରତିବଦ୍ଧତା। ଏହି କାର୍ଯ୍ୟକ୍ରମ ଉପରେ ନିଜ ମତ ଦେଇ ଶ୍ରୀ ସାମନ୍ତ କହିଛନ୍ତି, ଏଫଆଇଭିବି ସହିତ ଆମର ସହଭାଗୀତା ଯୋଗୁଁ ଓଡ଼ିଶାରେ ଏଭଳି କାର୍ମଶାଳା ଜରିଆରେ ବିଶ୍ୱସ୍ତରୀୟ ଦକ୍ଷତା ଅଣାଯାଇପାରିଛି। ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ