କ୍ରସର ନିର୍ମାଣକୁ ସରପଞ୍ଚଙ୍କ ବିରୋଧ, ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଥିବା ମାଲିକଙ୍କ ଅଭିଯୋଗ

କ୍ରସର ନିର୍ମାଣକୁ ସରପଞ୍ଚଙ୍କ ବିରୋଧ, ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଥିବା ମାଲିକଙ୍କ ଅଭିଯୋଗ
କ୍ରସର ନିର୍ମାଣକୁ ସରପଞ୍ଚଙ୍କ ବିରୋଧ, ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରାଯାଉଥିବା ମାଲିକଙ୍କ ଅଭିଯୋଗ

ଖଣ୍ଡପଡା, ୨୦।୦୯ :  ନୟାଗଡ ନିମାଣୀ ପଞ୍ଚାୟତରେ ନିର୍ମାଣ ହୋଇଥିବା ସ୍ଵୟଂ ସଦାଶିବ କ୍ରସରକୁ ବିରୋଧ କରିଛନ୍ତି  ସରପଞ୍ଚ । ନିମାଣୀ ପଞ୍ଚାୟତ କାଶିଆ ପାହାଡ ନିକଟରେ କ୍ରସରଟି ନିର୍ମାଣ ହୋଇଥିବାବେଳେ  ଏହାକୁ ସ୍ଥାନୀୟ ସରପଞ୍ଚ ସରୋଜିନୀ ସ୍ଵାଇଁ ବିରୋଧ କରିଛନ୍ତି ।

ସରପଞ୍ଚ ଅଭିଯୋଗ କରିଛନ୍ତି ଯେ, ବେଆଇନ ପଥର ବ୍ଳାଷ୍ଟିଙ୍ଗ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ବିପଦ ସୃଷ୍ଟି କରୁଛି। ଜଙ୍ଗଲ ଜମିରେ ବେଆଇନ ଭାବେ ରାସ୍ତା ତିଆରି କରିବା ସହ ତାଙ୍କର ବିନା ଆଦେଶରେ କ୍ରସର ନିର୍ମାଣ  ହୋଇଛି। ତେବେ ସରପଞ୍ଚଙ୍କ ଅଭିଯୋଗକୁ  ଖଣ୍ଡନ କରିଛନ୍ତି କ୍ରସର ମାଲିକ । ସରକାରୀ ନିୟମ ଅନୁଯାୟୀ ସବୁ ପ୍ରକାର ଅନୁମତି ନେଇ  କ୍ରସର ନିର୍ମାଣ କରିଛନ୍ତି ବୋଲି  ଯୁକ୍ତି ବାଢିଛନ୍ତି କ୍ରସର ମାଲିକ ।

କ୍ରସରଟି ଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା ସ୍ଥଳେ ଏହାର କୁପ୍ରଭାବ ଗାଁ ଉପରେ ପଡୁ ନାହି ବୋଲି କ୍ରସର ମାଲିକ ବୟାନ ଦେଇଛନ୍ତି । ତେବେ ରାଜନୈତିକ ଉଦ୍ୟେଶ୍ୟ ରଖି ସରପଞ୍ଚ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିବା କ୍ରସର ମାଲିକ ପାଲଟା ଅଭିଯୋଗ ଆଣିଛନ୍ତି ।