ଲକ୍ଷ୍ମୀପୁର ଖେରୀ ହିଂସା ମାମଲା:ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଲକ୍ଷ୍ମୀପୁର ଖେରୀ ହିଂସା ମାମଲା:ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଲକ୍ଷ୍ମୀପୁର ଖେରୀ ହିଂସାର ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ କୃଷକଙ୍କ ବିରୋଧ ସମୟରେ ୪ ଜଣ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ। ପ୍ରଧାନ ବିଚାରପତି ଏନ ଭି ରମାନାଙ୍କ ନେତୃତ୍ୱରେ ଏକ ବେଞ୍ଚ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ଗରିମା ପ୍ରସାଦଙ୍କ ଦ୍ୱାରା ପ୍ରତିନିଧିତ୍ୱ ହୋଇଥିବା ୟୁପି ସରକାରଙ୍କୁ ସିଆରପିସି ର ଧାରା ୧୬୪ ଅନୁଯାୟୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରିବାକୁ କହିଥିଲେ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏହି ବେଞ୍ଚରେ କୁହାଯାଇଛି ଯେ ସିଆରପିସିର ଧାରା ୧୬୪ ଅନୁଯାୟୀ ପ୍ରମାଣ ରେକର୍ଡିଂ କାର୍ଯ୍ୟକୁ ନିକଟତମ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ନ୍ୟସ୍ତ କରିବାକୁ ଆମେ ସମ୍ପୃକ୍ତ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଆରପିସି ର ଧାରା ୧୬୪ ଅନୁଯାୟୀ ବିବୃତ୍ତି ଏକ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି।

ଏହି ଘଟଣାର ବୈଦ୍ୟୁତିକ ପ୍ରମାଣ ଉପରେ ରିପୋର୍ଟ ପ୍ରସ୍ତୁତି କରାଯାଇ ଫରେନସିକ୍ ଲ୍ୟାବ ଏବଂ ବିଶେଷଜ୍ଞଙ୍କ ନିକଟରେ ପହଞ୍ଚାଇବାକୁ ବେଞ୍ଚ ସାଲଭେଙ୍କୁ କହିଛନ୍ତି ଏବଂ ସାମ୍ବାଦିକଙ୍କ ଲିଞ୍ଚ ସହ ଜଡିତ ଦୁଇଟି ଅଭିଯୋଗ ଉପରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୃଥକ ଉତ୍ତର ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୮ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ।