Monday, March 23, 2026
29.4 C
Odisha

    ଖତ ଗଦାରୁ ଲକ୍ଷଲ କ୍ଷ ଟଙ୍କା ଉଦ୍ଧାର

    ଆଗକୁ ପଢନ୍ତୁ

    ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।
    ସୂଚନା ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଜ୍ୱାଇଁ ଗୋପାଳ ବେହେରା ହାଇଦ୍ରାବାଦ ଠାରେ ଏଗ୍ରୋ କମ୍ପାନୀରେ ୧୦ ବର୍ଷ ଧରି କାମ କରୁଥିଲେ। ତିନି ଦିନ ବ୍ୟାଙ୍କ ଛୁଟି ଥିବାରୁ ମାଲିକ ଲକରରେ ୨୦ ଲକ୍ଷ ୮୦ ହଜାର ୬୭୦ ଟଙ୍କା ରଖିଥିଲେ। ଏହାର ସୁଯୋଗ ନେଇ ଗୋପାଳ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ଶାଳକକୁ ଦେଇଥିବା ଶାଳକ ଘର ଥିବା ବାପା ଓ ମା କୁ ଜଳେଶ୍ଵର ଷ୍ଟେସନକୁ ଡାକି  ଟଙ୍କା ଭର୍ତ୍ତୀ ବ୍ୟାଗ ଦେଇଥିଲେ। ହାଇଦ୍ରାବାଦ ପୁଲିସ ପାଖରେ ଅଭିଯୋଗ ପରେ ଆଜି ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୁଲିସ ଓ କମର୍ଦ୍ଦା ପୁଲିସ ମିଳିତ ସହାୟତାରେ ଖତ ଗଦାରୁ ଲକ୍ଷାଧିକ ଟଙ୍କା ଜବଦ କରାଯାଇଥିଲା। ଗୋପାଳ ଫେରାର ହୋଇଯାଇଥିବା ବେଳେ ଶାଳକ ରବୀନ୍ଦ୍ର ବେହେରା ଓ ଶାଶୂଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ