ଗ୍ୟାଙ୍ଗଷ୍ଟର ସକିଲର ବାନ୍ଧବୀଙ୍କୁ ଗିରଫ କଲା ଲାଲବାଗ ପୋଲିସ

ଗ୍ୟାଙ୍ଗଷ୍ଟର ସକିଲର ବାନ୍ଧବୀଙ୍କୁ ଗିରଫ କଲା ଲାଲବାଗ ପୋଲିସ

ଗ୍ୟାଙ୍ଗଷ୍ଟର ସକିଲର ଜଣେ ବାନ୍ଧବୀଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଜଣେ ବିଲଡରଙ୍କୁ ଆକ୍ରମଣ ଅଭିଯୋଗରେ ସକିଲର ବାନ୍ଧବୀ ମାନସୀ ନାୟକଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମାନସୀଙ୍କୁ ବାନ୍ଧିଛି ପୋଲିସ । ତେବେ ୨୦୧୪ ମସିହାରେ ମାନସୀଙ୍କ ନାମରେ ଏକ ହତ୍ୟାକାଣ୍ଡ ମାମଲା ରହିଥିବା ବେଳେ ବେଲରେ ଆସି ସକିଲ ପାଇଁ କାର୍ଯ୍ୟ କରୁଥିଲା ମାନସୀ ।

ଗ୍ୟାଙ୍ଗଷ୍ଟର ସକିଲର ପୁଣି ଜଣେ ବାନ୍ଧବୀ ତଥା ସହଯୋଗୀକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ଅଞ୍ଚଳର ମାନସୀ ନାୟକ । ଜଣେ ବିଲଡର ତଥା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ମାନସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ । ଗତ ୧୯ ତାରିଖରେ ଶିଶୁଭବନ ନିକଟରେ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ଶତ୍ରୁତାରୁ ନେଇ ମାନସୀ ଡାକିବା ପରେ ତାଙ୍କୁ ସେହିଠାରେ ଆକ୍ରମଣ କରାଯାଇଥିଲା । ତେବେ ଏହି ଘଟଣାରେ ପୂର୍ବରୁ ସକିଲର ଦୁଇ ସହଯୋଗୀ ଗୋଲି ଓ ନବାବକୁ ଗିରଫ କରାଯାଇଥିବା ବେଳେ ମାନସୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ମାନସୀ ନାୟକ ନାମରେ ପୂର୍ବରୁ ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲା ରହିଛି । ୨୦୧୪ ମସିହାରେ ଛତିଆ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ରହି ଜେଲ୍ ଯାଇଥିଲା ମାନସୀ । ଆଉ ସେହିଠାରୁ ହିଁ ସକିଲ ସହ ମାନସୀର ପରିଚୟ ଆରମ୍ଭ ହୋଇଥିଲା । ତେବେ ମାନସୀ ହତ୍ୟାକାଣ୍ଡ ଘଟଣାରେ ବେଲରେ ଆସି କଟକର ଜଣେ ବ୍ୟବସାୟୀଙ୍କ ପାଖରେ କାର୍ଯ୍ୟ କରୁଥିଲା । ତାପରେ ମାନସୀ ସକିଲର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି ଡିସିପି । ମାନସୀ ସକିଲ ପାଇଁ କେଉଁ କାର୍ଯ୍ୟ କରୁଥିଲେ ଓ ଆଉ କେଉଁ ମାମଲାରେ ସଂପୃକ୍ତି ଅଛି ସେ ନେଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।