ଦିଲ୍ଲୀରେ ବଡଧରଣର ଆକ୍ରମଣ ଯୋଜନା ପଣ୍ଡ; ୬ ଆତଙ୍କବାଦୀ ଗିରଫ

ଦିଲ୍ଲୀରେ ବଡଧରଣର ଆକ୍ରମଣ ଯୋଜନା ପଣ୍ଡ; ୬ ଆତଙ୍କବାଦୀ ଗିରଫ
indiatvnews

ଦେଶର ରାଜଧାନୀ ଦିଲ୍ଲୀରେ ବଡଧରଣର ଆକ୍ରମଣ ଯୋଜନା ପଣ୍ଡ । ପାକିସ୍ତାନର ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦଫାସ କରିଛି ଦିଲ୍ଲୀ ପୋଲିସ । ୬ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ମଙ୍ଗଳବାର ଦେଶର ରାଜଧାନୀରେ ପାକିସ୍ତାନ ଷଡଯନ୍ତ୍ରର ବଡ ଖୁଲାସା କରିଛି ଦିଲ୍ଲୀ ପୋଲିସ । ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ୬ ଜଣଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ଟ୍ରେନିଂ ନେଇଥିବା ଜଣାପଡିଛି ।

ପୋଲିସର କହିବାନୁଯାୟୀ, ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କର ପାକିସ୍ତାନ ସହ ଲିଙ୍କ୍ ରହିଛି । ଏମାନେ ପାକିସ୍ତାନରେ ଟ୍ରେନିଂ ନେଇଥିଲେ । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଏହି ଆତଙ୍କୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଇନପୁଟ ସୂଚନା ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଏକ ଗ୍ରୁପ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି । ଜନବହୁଳ ଅଞ୍ଚଳ ଆତଙ୍କୀଙ୍କ ଟାର୍ଗେଟରେ ରହିଥିଲା । ଆତଙ୍କୀଙ୍କୁ ଗିରଫ କରାଯିବା ପରେ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି ।