Friday, March 20, 2026
29.1 C
Odisha

    ସୋରରେ ବିଲରେ କାମ କରୁଥିବା ବେଳେ ଜଣଙ୍କ ମୃତ୍ୟୁ, ୪ ଗୁରୁତର

    ଆଗକୁ ପଢନ୍ତୁ

    ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ। ଯୁବକ ଜଣଙ୍କ ହେଲେ ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମର ହରିଶ ମଳିକ । ହରିଶ ଆଜି ସକାଳେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲେ। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିଲା । ଗତକାଲି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଁଏ  ପ୍ରାଣ ହରାଇଥିବାବେଳେ କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି ।  ବଜ୍ରପାତରେ  ପ୍ରାଣ ହରାଇଥିଲା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ  ୪ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରାଜ୍ୟ ସରକାର ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ।

    ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଶିଙ୍ଗରପୁର ଗାଁରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ସ୍ୱାମୀ,ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଶିଙ୍ଗରପୁର ଗାଁର ୪୬ବର୍ଷୀୟ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ସେହିପରି ଭଦ୍ରକରେ ବି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ଆଗରପଡ଼ା ଥାନା ସାହୁପଡ଼ା ଗାଁର ୨୯ବର୍ଷୀୟ ଅମର ସେଠୀ ଜମିରେ ଚାଷ କରୁଥିବା ବେଳେ ବଜ୍ରାଘାତ ହୋଇଛି। ସେହିପରି ଗାଁର ତାରିଣୀ ମନ୍ଦିର ନିକଟରେ ଚାଷ କରୁଥିବା ବେଳେ ୫୮ବର୍ଷୀୟ ଚକ୍ରଧର ଦାସ ମଧ୍ୟ ବଜ୍ରାଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି।

    କେନ୍ଦୁଝର ଜିଲ୍ଲାର ୨ଟି ସ୍ଥାନରୁ ବଜ୍ରାଘାତ ଖବର ଆସିଛି। ହରିଚନ୍ଦପୁରରେ ଜଣେ ନାବାଳକଙ୍କ ମୃତ୍ୟୃ ହୋଇଛି। ସେପଟେ ତେଲକୋଇରେ କାଳିଆହତାରେ ବଜ୍ରପାତରେ ଘରେ ଥିବା ବେଳେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ତୋଲୁଡ଼ି ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ରାଜକନିକାରେ ଜଣେ, ଢେଙ୍କାନାଳ ଓଡ଼ସ ଗାଁରେ ବି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    38 %
    0.9kmh
    89 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ