Thursday, April 2, 2026
37.1 C
Odisha

    ମୋ ବସ୍‌ରେ ଛତିଶଗଡ଼ି ମହିଳା ଲୁଟେରା: ଯାତ୍ରୀ ଅବହେଳା ହେଲେ ନେଇଯିବେ ମୂଲ୍ୟବାନ ସାମଗ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୋ ବସ୍‌ରେ ଯାଉଥିଲେ ଯାତ୍ରୀମାନେ ସତର୍କ ରୁହନ୍ତୁ। ଯାତ୍ରୀଙ୍କ ଭିତରେ ଛକିଛନ୍ତି ଛତିଶଗଡ଼ର ଲୁଟେରା, ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍। ଟିକିଏ ଅସାବଧାନ ହେଲେ କିମ୍ବା ନଜର ହଟିଲେ ଗାଏବ ହୋଇଯାଉଛି ଟଙ୍କା, ସୁନାଗହଣା। ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର ରାଜ୍ୟର ଲୁଟେରାମାନେ ଗ୍ରୁପ କରି ଓଡ଼ିଶା ଆସୁଛନ୍ତି ଆଉ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରୁଛନ୍ତି। ଗହଳି ଜାଗାରେ ସେମାନେ ଲୋକଙ୍କୁ ଘେରି ଯାଇ ସେମାନଙ୍କ ଠାରୁ ଟଙ୍କା ସୁନା ଗହଣା ଚୋରେଇ ନେଉଛନ୍ତି।

    ତେବେ ମୋ ବସରୁ ଲୁଟ ନେଇ ଗତକାଲି ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡସ୍ଥିତ ମୋ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ।

    ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୁଲିସ। ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏମାନେ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜାଣିବାକୁ ପାଇଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ