କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପେଟ୍ରୋଲ ପମ୍ପ୍ ଲୁଟିଲେ ଲୁଟେରା, ୯୦ହଜାର ଲୁଟ୍

କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପେଟ୍ରୋଲ ପମ୍ପ୍ ଲୁଟିଲେ ଲୁଟେରା, ୯୦ହଜାର ଲୁଟ୍
କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପେଟ୍ରୋଲ ପମ୍ପ୍ ଲୁଟିଲେ ଲୁଟେରା, ୯୦ହଜାର ଲୁଟ୍

ଢେଙ୍କାନାଳ ୨୦।୮: ଦୁଇ ଦିନ ମଧ୍ୟରେ ଦୁଇଟି ପେଟ୍ରୋଲ ପମ୍ପ୍ ଲୁଟ୍ । ଢେଙ୍କାନାଳ ସଦର ଥାନା ଅଂଚଳର ପେଟ୍ରୋଲ ପମ୍ପରୁ ପୁଣି ଲୁଟ୍ । କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭାପୁର ଓସ୍ତପାଳ ନିକଟସ୍ଥ ମାତୃକୃପା ଫିଲିଙ୍ଗ ଷ୍ଟେସନରୁ ଲୁଟିନେଲେ ୯୦ହଜାର ଟଙ୍କା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନଭିନ ଜାରି ରଖିଛି ।

 

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସଦର ପୋଲିସକୁ ଚାଲେଞ୍ଜ କରି ଗୋଟିଏ ପରେ ଗୋଟିଏ ପେଟ୍ରୋଲ ପମ୍ପରେ ପଶି ପିସ୍ତଲ ଦେଖାଇ ଲୁଟି ଚାଲିଛନ୍ତି ଲୁଟେରା । ସଦର ଥାନା ବଳଦିଆବନ୍ଧ ପଣ୍ଡା ପେଟ୍ରୋଲ ପମ୍ପ ପରେ ପୁଣି ଗୁରୁବାର ଭାପୁର ଅଂଚଳରେ ଆଉ ଏକ ପେଟ୍ରୋଲ ପମ୍ପ୍ ଲୁଟ୍ ହୋଇଛି ।

 

ଭାପୁର ଓସ୍ତାପାଳ ନିକଟରେ ଥିବା ମାତୃକୃପା ଫିଲିଙ୍ଗ ଷ୍ଟେସନରେ ପିସ୍ତଲ ଦେଖାଇ ୯୦ହଜାର ଟଙ୍କା ଲୁଟ୍ ହୋଇଛି। ଏକ ୟମାହା ଏଫଜେଡ ବାଇକରେ ୩ ଜଣ ଲୁଟେରା ଅଚାନକ ଆସି ପମ୍ପରେ ପଶି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ପରେ ପ୍ରାୟ ୯୦ହଜାର ଟଙ୍କା ଲୁଟି ନେଇ ପଳାଇଥିବା ସିସିଟିଭି ଭିଜୁଆଲରୁ ଜଣାପଡିଛି । ତେବେ ସଦର ଥାନା ଓ ଭାପୁର ଫାଣ୍ଡି ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଆରମ୍ଭ କରିଛି ।