ବେଆଇନ୍‌ ଭାବେ ଚାଲିଥିଲେ ମଦଭାଟି, ଚଢାଉ କରି ପୋଚ ଓ ମଦ ନଷ୍ଟ କଲା ଅବକାରୀ ବିଭାଗ

ବେଆଇନ୍‌ ଭାବେ ଚାଲିଥିଲେ ମଦଭାଟି, ଚଢାଉ କରି ପୋଚ ଓ ମଦ ନଷ୍ଟ କଲା ଅବକାରୀ ବିଭାଗ
ବେଆଇନ୍‌ ଭାବେ ଚାଲିଥିଲେ ମଦଭାଟି, ଚଢାଉ କରି ପୋଚ ଓ ମଦ ନଷ୍ଟ କଲା ଅବକାରୀ ବିଭାଗ

ନୀଳଗିରି ୩୦।୦୮: ଚୋରାମଦ ଭାଟି ଉପରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ନୀଳଗିରି ଥାନା ବରମହପୁର ଥାନା ଝରଣାଘାଟି ମହୁଲବାଣୀ ଅଞ୍ଚଳରେ ଚଢାଉ ହୋଇଛି ।

ଖବର ଅନୁଯାୟୀ, ଦୀର୍ଘ ଦିନ  ଧରି ଏହି ଅଞ୍ଚଳରେ ଚୋରା ମଦ ଭାଟି ଚାଲିଥିଲେ । ଯାହାର ସୁରାକ ଅବକାରୀ ବିଭାଗ । ଏହିକ୍ରମରେ ନୀଳଗିରି ଥାନା ଝରଣାଘାଟି ମହୁଲବାଣୀ ଅଞ୍ଚଳ ପ୍ରାୟ ୧୮୪୦ ଲିଟର ପୋଚ ଜବତ କରିବା ସହ ମଦ ରନ୍ଧା ସାମଗ୍ରୀ ଜବତ କରିଛି ।  ସମସ୍ତ ସାମଗ୍ରୀ ଜବତ ପରେ ନଷ୍ଟ କରିଛି ଅବକାରୀ ବିଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କାହାକୁ ଗିରଫ କରିବାପରେ ସଫଳ ହୋଇନାହିଁ ଅବକାରୀ ବିଭାଗ ।