ଗୋଡାଇ ଗୋଡାଇ ମଦ ଗାଡିକୁ ଧରିଲା ପୋଲିସ, ଖସିଗଲେ ବେପାରୀ ଓ ଡ୍ରାଇଭର

ଗୋଡାଇ ଗୋଡାଇ ମଦ ଗାଡିକୁ ଧରିଲା ପୋଲିସ, ଖସିଗଲେ ବେପାରୀ ଓ ଡ୍ରାଇଭର
ଗୋଡାଇ ଗୋଡାଇ ମଦ ଗାଡିକୁ ଧରିଲା ପୋଲିସ, ଖସିଗଲେ ବେପାରୀ ଓ ଡ୍ରାଇଭର

ଢେଙ୍କାନାଳ ୧୪।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଆମ୍ବପଳାସ ଅଞ୍ଚଳରୁ କଟକ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ଏକ ଦେଶୀ ମଦ ବୋଝେଇ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିଛି । ଏନଏଚ-୫୫ର ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ପୋଲିସ ଏହି ମଦ ବୋଝେଇ ଗାଡିକୁ କାବୁ କରିଛି । ମଦ ନେଇ ଯାଉଥିବା ବେପାରୀ ଓ ଗାଡି ଡ୍ରାଇଭର ଖସି ପଳାଇଥିବା ଜଣାପଡିଛି ।ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ କାମାକ୍ଷାନଗର ଅଞ୍ଚଳରୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ପିଛା କରି ଗୋଡାଇଥିଲା । ତେବେ ଗାଡିଟି ଗୋବିନ୍ଦପୁର ଅଞ୍ଚଳର ଏକ ଢାବା ପାଖରେ ଟାୟାର ପମ୍ପଚର ହେବାରୁ ଆଉ ଯାଇ ପାରିନଥିଲା । ଫଳରେ ପୋଲିସ କାବୁ କରି ଗାଡି ସହ ଦେଶୀ ମଦ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।