ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଣାଗ୍ରସ୍ତ

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଣାଗ୍ରସ୍ତ

ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଣାଗ୍ରସ୍ତ। ବାୟୁସେନାର ଏକ ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି। ତେବେ ପାଇଲଟ ସୁରକ୍ଷିତ ଅଛନ୍ତି, ପାରାସୁଟରେ ଓହ୍ଲାଇ ନିଜ ଜୀବନ ବଂଚାଇବାର ସକ୍ଷମ ହୋଇଛନ୍ତି ପାଇଲଟ୍। ଭିଣ୍ଡର ଗ୍ରାମୀଣ ଥାନା କ୍ଷେତ୍ରର ବଗଡି ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ବୈଷୟିକ ତୃଟି କାରଣରୁ ଟ୍ରେନିଂ ବେଳେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି। ବିମାନଟି ଗାଁର ଏକ ବିଲରେ ପଡ଼ି ମାଟି ଭିତରକୁ ପଶିଯାଇଥିଲା। ଘଟଣା ସମ୍ବନ୍ଧରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।ସ୍ଥାନୀୟ ଲୋକଙ୍କ ଅନୁସାରେ ବିମାନ କ୍ରାସ୍ କରିବା ପରେ ଖୁବଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଗାଁ ଲୋକ ବିମାନ ଖସିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ ଭିଣ୍ଡ୍ ଏସପି ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ। ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ଗ୍ୱାଲିୟର ବାୟୁସେନା ଘାଟିରୁ ଏକ ଟିମ୍ ଘଟଣସ୍ଥଳ ଅଭିମୁଖେ ଯାତ୍ରା କରିଛି ମଧ୍ୟ।