ଚଳନ୍ତା ଅଟୋ ଉପରେ ଖସିପଡିଲା କଣ୍ଟେନର, ଘଟଣାରେ ୪ ମୃତୁ

ଚଳନ୍ତା ଅଟୋ ଉପରେ ଖସିପଡିଲା କଣ୍ଟେନର, ଘଟଣାରେ ୪ ମୃତୁ

ଦିଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚଳନ୍ତା ଅଟୋ ଉପରେ ଖସିପଡିଲା କଣ୍ଟେନର, ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆଜି ସକାଳେ ITO ନିକଟ ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଅଟୋ ଉପରେ କଣ୍ଟେନର ଖସିପଡିବାରୁ ଦୁର୍ଘଟଣା ଘଟିବା ସହ ଅଟୋରେ ଥିବା ଚାରି ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହେଲେ ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଦୁର୍ଘଟଣା ଗ୍ରସ୍ତ ଅଟୋ ସହ ସମସ୍ତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଫେରାର କଣ୍ଟେନର ଡ୍ରାଇଭରକୁ ଖୋଜୁଛି।