ମଲାଇକା ଆରୋରାଙ୍କୁ ନେଇ ପ୍ରଶ୍ନର ଏମିତି ଉତ୍ତର ଦେଲେ ସଲିମ୍ ଖାନ, କହିଲେ ମୋତେ ତାଙ୍କ ବିଷୟରେ…

ମଲାଇକା ଆରୋରାଙ୍କୁ ନେଇ ପ୍ରଶ୍ନର ଏମିତି ଉତ୍ତର ଦେଲେ ସଲିମ୍ ଖାନ, କହିଲେ ମୋତେ ତାଙ୍କ ବିଷୟରେ…
ମଲାଇକା ଆରୋରାଙ୍କୁ ନେଇ ପ୍ରଶ୍ନର ଏମିତି ଉତ୍ତର ଦେଲେ ସଲିମ୍ ଖାନ, କହିଲେ ମୋତେ ତାଙ୍କ ବିଷୟରେ…

ମୁମ୍ବାଇ ୨୪।୧୧ : ବଲିଉଡ ଷ୍ଟାର ମଲାଇକା ଆରୋରା ଏବଂ ଅରବାଜ ଖାନ ଛାଡପତ୍ର ପରେ ଦୁହେଁ ଆଗକୁ ବଢି ସାରିଛନ୍ତି। ଏବଂ ଦୁହେଁ ଦୁହିଁଙ୍କର ଜୀବନ ଆରମ୍ଭ କରି ନିଜ ଜୀବନକୁ ଉପଭୋଗ କରୁଛନ୍ତି। ହେଲେ ଦୁହିଁଙ୍କର ନିଜ ଛାଡପତ୍ର ଖବର ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଠିକ୍‌ ସେହି ସମୟରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ବିଷୟରେ ପଚରାଯାଇଥିଲା ଏହାରି ମଧ୍ୟରେ ମଲାଇକା ଆରୋରାଙ୍କ ଶ୍ୱଶୁର ତଥା ଭେଟେରାନ ଲେଖକ ସଲିମ ଖାନ ଯାହା କହିଥିଲେ ତାହା ଖୁବ୍‌ ଭାଇରାଲ୍‌ ହୋଇଥିଲା…

ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ସମ୍ପର୍କକୁ ନେଇ ସଲିମ ଖାନ କହିଥିଲେ ଯେ ସେ ତାଙ୍କ ପିଲାମାନଙ୍କର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି ନାହିଁ। ଏହା ବ୍ୟତୀତ କହିଥିଲେ, “ମୁଁ ଜଣେ ଲେଖକ … କାହାର ପ୍ରେମ ସମ୍ପର୍କ କିମ୍ବା ଅଲଗା ହେବାର ଖବର ବିଷୟରେ ମୋତେ ପଚାରନ୍ତୁ ନାହିଁ। ମୁଁ ମୋ ପିଲାମାନଙ୍କ ଜୀବନରେ ହସ୍ତକ୍ଷେପ କରେ ନାହିଁ। ମୁଁ ଏ ବିଷୟରେ କୌଣସି ପ୍ରକାରର କଥାବାର୍ତ୍ତା କରିବାକୁ ଚାହେଁ ନାହିଁ କି ମୁଣ୍ଡ ପୁରେଇବାକୁ ଚାହେଁ ନାହିଁ।

୧୮ ବର୍ଷର ବିବାହ ଭାଙ୍ଗିବା ପରେ ଅରବାଜ ଖାନ ଏବଂ ମଲାଇକାଙ୍କ ଛାଡପତ୍ର ହୋଇଥିଲା। ଅନ୍ୟପକ୍ଷରେ, ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ମଲାଇକା ଅର୍ଜୁନ କପୁରଙ୍କ ସହ ସମ୍ପର୍କ ଥିବାବେଳେ ଅରବାଜ ଖାନ ଅନ୍ତର୍ଜାତୀୟ ମଡେଲ ଜର୍ଜିଆ ସହିତ ଡେଟ କରୁଛନ୍ତି।