କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ମାଲିଙ୍ଗା

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ମାଲିଙ୍ଗା
timesofindia

କ୍ରିକେଟ ମଇଦାନରେ ଆଉ ଦେଖିବାକୁ ମିଳିବନି ମାଲିଙ୍ଗାଙ୍କ ମାରାତ୍ମକ ୟର୍କର । ଶ୍ରୀଲଙ୍କା ଜର୍ସିରେ ଆଉ ବୋଲିଂ କରୁଥିବାର ନଜର ଆସିବେନି ବିଶ୍ବ କ୍ରିକେଟର ଅନ୍ୟତମ ଦୁର୍ଦ୍ଦଶ ବୋଲର ମାଲିଙ୍ଗା । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ ଲସିଥ ମାଲିଙ୍ଗା । ୨୦୧୪ ଟି-୨୦ ବିଶ୍ବକପ ବିଜୟୀ କ୍ୟାପଟେନ ରହିଛନ୍ତି ମଲିଙ୍ଗା । ମଙ୍ଗଳବାର ଟ୍ବିଟ ଯୋଗେଁ ଅବସର ଘୋଷଣା କରିଛନ୍ତି ଭେଟେରାନ ଶ୍ରୀଲଙ୍କା ବୋଲର ।

ନିଜର ଅଫିସିଆଲ ୟୁଟୁବ୍‌ ଚ୍ୟାନେଲ୍‌ରେ ମାଲିଙ୍ଗା କହିଛନ୍ତି, "ଆଜି ମୋ ପାଇଁ ଏକ ସ୍ବତନ୍ତ୍ର ଦିନ, କ୍ରିକେଟ ଯାତ୍ରାରେ ସହଯୋଗ ଓ ଆର୍ଶୀବାଦ କରିଥିବା ସମସ୍ତଙ୍କୁ ଧନ୍ୟବାଦ ।

"ଏଥିସହିତ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC), ମୁମ୍ବାଇ ଇଣ୍ଡିଆନ୍ସ, ମେଲବର୍ଣ୍ଣ ଷ୍ଟାର, କେଣ୍ଟ କ୍ରିକେଟ, ରାଙ୍ଗପୁର ରାଇଡର୍ସ, ଗୁଆନା ଆମାଜନ ୱାରିୟର୍ସ, ମରାଠା ଆରବିଆନସ୍ ଓ ମୋଣ୍ଟରିଅଲ ଟାଇଗର୍ସର ବୋର୍ଡ ସଦସ୍ୟଙ୍କୁ ଅବସରକାଳୀନ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି ।

ନିଜର ଅବସରକାଳୀନ ବାର୍ତ୍ତାରେ ମାଲିଙ୍ଗା ଆହୁରି କହିଛନ୍ତି, ମୋର କ୍ରିକେଟ ଯାତ୍ରାରେ ସମସ୍ତଙ୍କ ସହ ଖେଳି ଅନେକ ଅଭିଜ୍ଞତା ହାସଲ କରିଛି । ଭବିଷ୍ୟତରେ ଯୁବ କ୍ରିକେଟରଙ୍କ ସହିତ ଏହି ଅଭିଜ୍ଞତା ନିଶ୍ଚୟ ସେୟାର କରିବୁ ।ଜାନୁଆରୀରେ ଲସିଥ ମାଲିଙ୍ଗା ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇଥିଲେ । ଶ୍ରୀଲଙ୍କା ସ୍ପିଡଷ୍ଟାର IPL ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ନିଜର ଅବସର ନିଷ୍ପତ୍ତି ଜଣାଇବାପରେ ଚମ୍ପିଆନ ଟିମ ରିଟେନ ଖେଳାଳିଙ୍କ ତାଲିକାରେ ନାମ ସାମିଲ କରିନଥିଲା ।

ମାଲିଙ୍ଗା ବର୍ଷ ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଡେବ୍ୟୁ ଟେଷ୍ଟର ୧୬ ଦିନ ପରେ ମାଲିଙ୍ଗା ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ନିଜର ଘାତକ ୟର୍କର ପାଇଁ ପରିଚିତ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରେ ଦୁଇଥର ୪ଟି ବଲ୍‌ରେ ୪ଟି ୱିକେଟ ଦଖଲ କରିଛନ୍ତି । କ୍ରିକେଟର ଛୋଟ ଫର୍ମାଟରେ ମାଲିଙ୍ଗା ୧୦୭ ୱିକେଟ ହାସଲ କରିଛନ୍ତି । ସେ ବର୍ଷ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ ।