ମନୀଷ ଅନୁରାଗ ମୃତ୍ୟୁ ମାମଲା:୩ ଗିରଫ, ହୋଇପାରେ କ୍ରାଇମ୍ ସିନ୍ କ୍ରିଏସନ୍

ମନୀଷ ଅନୁରାଗ ମୃତ୍ୟୁ ମାମଲା:୩ ଗିରଫ, ହୋଇପାରେ କ୍ରାଇମ୍ ସିନ୍ କ୍ରିଏସନ୍

ଭୁବନେଶ୍ବରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ଜଣା ପଡିଲା ପ୍ରକୃତ ସତ୍ୟ! ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଗିରଫ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମ୍ରିତ ବିଶ୍ବାଳ । ଅଟକ ଥିବା ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡ଼ିଛି ପୋଲିସ । ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ ୪ ଜଣଙ୍କୁ ଅଟକ ରଖି ମାରାଥନ୍ ଜେରା କରୁଥିଲା ସ୍ପେଶାଲ ସ୍କ୍ବାର୍ଡ । ଏହାସହ କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରିଛନ୍ତି ଏମ୍ସ କତୃପକ୍ଷ। ତେବେ ପାଣିରେ ବୁଡିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏମିତିକି ଅତ୍ୟଧିକ ମଦ୍ୟପାନ କିମ୍ବା ହୃଦଘାତରୁ ମୃତ୍ୟୁ ଘଟିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହି ବିଷୟରେ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେବେ ଭୁବନେଶ୍ୱର ଡିସିପି।