ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଉଥ ସିଟି ବାର ସିଲ୍‌

ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଉଥ ସିଟି ବାର ସିଲ୍‌

ସିଲ୍‌ ହେଲା ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବିବାଦୀୟ ବାର ସାଉଥ ସିଟି । କମିଶନରେଟ ପୋଲିସ ପକ୍ଷରୁ ଏହି ବାରକୁ ସିଲ୍‌ କରାଯାଇଛି । ଏହି ସମୟରେ ବାର୍‌ ଭିତରୁ ବିଡ଼ାବିଡ଼ା ଟଙ୍କା, ବେଆଇନ ବିଦେଶୀ ମଦ ଓ ନିଶା ସାମଗ୍ରୀ ଜବତ କରିଛି ପୋଲିସ । ଏହାପୂର୍ବରୁ କାର୍ଯ୍ୟରେ ଅବହେଳା ଯୋଗୁଁ ତୋମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଡିସିପି ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି । 

ତାଙ୍କ ସ୍ଥାନରେ ଚନ୍ଦକା ଏସ୍ଆ‌ଇ ଶୁଭ୍ରାଂଶୁ ଶେଖରଙ୍କୁ ତୋମାଣ୍ଡୋ ଥାନା ଦାୟିତ୍ବ ଦିଆଯାଇଛି । ଏହାସହ ବାର୍‌ ଚଳାଉଥିବା ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି । ବେଆଇନ ବାର ଚଲାଇବା ଲିଙ୍କରେ ତାଙ୍କୁ ଗିରଫ କରିଛି ପୋଲିସ । ହୋଟେଲ ସାଉଥ ସିଟି ସିଲ୍‌ ହେବାପରେ ଏହାକୁ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।