ମନୀଷ ଦାସ ମୃତ୍ୟୁ ମାମଲା: ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ୨ ସାଙ୍ଗ

ମନୀଷ ଦାସ ମୃତ୍ୟୁ ମାମଲା: ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ୨ ସାଙ୍ଗ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟୁଇଷ୍ଟ। ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ସାଙ୍ଗ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମନୀଷଙ୍କ ୨ ସାଙ୍ଗ, ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ଯୁଂଜୟ ଆତ୍ମସମର୍ପଣ କରିଛନ୍ତି। ଘଟଣା ଘଟିବା ଦିନ ଏହି ୨ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ ବୋଲି କୁହାଯାଉଛି। ଉଭୟଙ୍କୁ ଖୋଜୁଥିଲା ପୋଲିସ। ତେବେ ତାଙ୍କୁ ଭୁବନେଶ୍ଵର ଆଣି ଅଧିକ ପଚରା ଉଚରା କରାଯିବ ବୋଲି ଜଣାପଡିଛି।