ଭୋର ସାଢେ ୩ଟା ସମୟରେ କୁଆଡେ ଯାଉଥିଲେ ମନିଷ ଅନୁରାଗ? ସିସିଟିଭି ଖୋଲିବ ଗୁମର

ଭୋର ସାଢେ ୩ଟା ସମୟରେ କୁଆଡେ ଯାଉଥିଲେ ମନିଷ ଅନୁରାଗ? ସିସିଟିଭି ଖୋଲିବ ଗୁମର
ଭୋର ସାଢେ ୩ଟା ସମୟରେ କୁଆଡେ ଯାଉଥିଲେ ମନିଷ ଅନୁରାଗ? ସିସିଟିଭି ଖୋଲିବ ଗୁମର

ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସାମନାକୁ ଆସିଲା ସିସିଟିଭି ଫୁଟେଜ । ୧୦ ତାରିଖ ଭୋର ୩ଟା ୨୯ ମିନିଟର ସମୟର ଫୁଟେଜ୍‌ । ଯେଉଁଥିରେ ଦେଖିବାକୁ ମିଳିଛି ମନିଷ ପାତ୍ରପଡ଼ା ଭଗବାନପୁର ହୋଟେଲ ସାଉଥ ସିଟିରୁ ଚାଲି ଚାଲି ବାହାରକୁ ଯାଉଛନ୍ତି । କିଛି ଦୂରରେ ଗୋଟିଏ ଧଳା ରଙ୍ଗର କାର୍‌ ଠିଆ ହୋଇଥିଲା ।

 

ତାଙ୍କ ଆଗେ ଆଗେ ଜଣେ ଲୋକ ଚାଲି ବି ଯାଉଥିଲେ । କୁହାଯାଉଛି, ଏହି ଫୁଟେଜ୍‌ ମୃତ୍ୟୁର କିଛି ଘଣ୍ଟା ପୂର୍ବର । ଅପରାହ୍ଣ ପାଖାପାଖି ୨ଟା ବେଳେ ତାଙ୍କର ମୃତଦେହ ନମ୍ରକାନି ପୋଖରୀରୁ ମିଳିଥିଲା । ସାଉଥସିଟି ହୋଟେଲରୁ ମୃତଦେହ ମିଳିଥିବା ପୋଖରୀର ଦୂରତା ପ୍ରାୟ ୫୦୦ ମିଟର । ତେଣୁ ସିସିଟିଭି ଫୁଟେଜରୁ ପୋଲିସକୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୁରାକ ।