ମାଲକାନଗିରିରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରିରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ ନିକଟ କିରିମିଟି ଗାଁ ନିକଟରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଛି।ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି ।ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି କୁମ୍ବିଂ ଅପରେସନରେ ମିଳିତ ଭାବେ ଏସଓଜି, ଡିଭିଏଫ ଓ ବିଏସଏଫ ବାହୀନି କରିଥିଲେ ।ତେବେ ସୁରକ୍ଷା କର୍ମୀଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହା ପରେ ଜବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ ।ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ପରେ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନିଟର, ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ପୋଷାକ ଓ ଔଷଧ ସହ କିଛି ମାଓ ପୋଷ୍ଟର ରହିଛି।ମାଓ ନେତା ସୁରେସ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି । ତେବେ ଚଳିତ ସପ୍ତାହରେ ମାଲକାନଗିରି ସୀମାନ୍ତରୁ ଆଉ ଏକ ମାଓ ଶିବିର ଠାବ ହୋଇଥିଲା।