ଗିରଫ ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଗିରଫ ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ
ଗିରଫ ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କ ଠକେଇ ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରିଛନ୍ତି । ମାଲ୍ଲାଙ୍କ ସଂସ୍ଥା ଭୁବନେଶ୍ୱର, କଟକ ଏବଂ ନୟାଗଡ଼ ଜିଲ୍ଲାରେ ଶାଖା ଖୋଲିଥିଲା । ଲୋକଙ୍କୁ ଜମାରେ ବେଶି ରିଟର୍ଣ୍ଣ ସହ ଭାଇଜାଗରେ ଜମି ମୋହ ଦେଖାଇ ଟଙ୍କା ନେଉଥିଲା ।

ଏଯାବତ୍ କ୍ରାଇମବ୍ରାଞ୍ଚରେ ୧୫୦ଟି ଅଭିଯୋଗ ହୋଇଛି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟର ୩ଟି ଜିଲ୍ଲାରେ ଠକେଇ କରୁଥିଲେ ପୂର୍ବତନ ବିଧାୟକ । ରିମାଣ୍ଡରେ ଆଣି ଜେରା କଲେ ଅଧିକ ତଥ୍ୟ ଜଣାପଡ଼ିବ । ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ମାଲ୍ଲାଙ୍କ ନାଁରେ ମାମଲା ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ମାମଲାର ଯାଞ୍ଚ କରୁଛି । କେନ୍ଦ୍ରୀୟ ସଂସ୍ଥା ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରି ତଦନ୍ତ କରିବ ।

ଅନ୍ୟପଟେ ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କ ତେଲୁଗୁ ଫିଲ୍ମ ଲିଙ୍କ୍‌ ମିଳିଛି । କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ଫିଲ୍ମ ତିଆରି କରୁଥିଲେ ଓ୍ବାଇଏସ୍‌ଆର କଂଗ୍ରେସ ନେତା ମାଲ୍ଲା ବିଜୟ ପ୍ରସାଦ । ଏନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ଏମ. ଭି. ପ୍ରସାଦ ଟଲିଉଡ୍‌ର ଜଣେ ନାମୀ ଦାମୀ ପ୍ରଯୋଜକ ଥିଲେ । ଚିଟଫଣ୍ଡ ବାବଦକୁ କୋଟି କୋଟି ଟଙ୍କା ଲୁଟି ଫିଲ୍ମ ଜଗତରେ ନିବେଶ କରିଥିଲେ ପ୍ରସାଦ । ବଡ଼ ବଡ଼ ବ୍ୟାନରରେ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ବିନିଯୋଗ କରିଥିଲେ।