ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଜି ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ପ୍ରଶାନ୍ତ । ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ଜାମିନ ଖାରଜ ହେବା ପରେ ସେ ଏବେ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଗୁଆ ଜାମିନ ଲୋଡ଼ି ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ସେ ନିମ୍ନ ଅଦାଲତରେ ହାଜର ହୋଇଥିଲେ । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବାସହ କୋର୍ଟ ପୋଲିସ ହେପାଜତକୁ ତାଙ୍କୁ ପଠେଇ ଥିଲେ।ସୂଚନା ଥାଉକି , ବିଜେପି କର୍ମୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ବିଧାୟକ।ଗିରଫ ହେବା ପରେ ସେ ତଳ କୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାହା ଖାରଜ ହୋଇଯାଇଥିଲା । ଏବେ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।