ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲି

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲି
indianexpress

ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଅଧିକ ଦିନ ଧରି ଖେଳ ଜାରି ରଖିବା ପାଇଁ ଅଲି କ୍ରିକେଟର ପାରମ୍ପରିକ୍‌ ଫର୍ମାଟରୁ ଅବସର ନେଇଛନ୍ତି। ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ତାଙ୍କୁ ମିଳିଥିବା ସଫଳତାରେ ସନ୍ତୁଷ୍ଟ ବୋଲି ୩୪ ବର୍ଷୀୟ ଖେଳାଳି କହିଛନ୍ତି। ମୋତେ ଏବେ ୩୪। ଅଧିକରୁ ଅଧିକ କ୍ରିକେଟର ମଜା ନେବାକୁ ମୁଁ ଚାହେଁ। ମୁଁ ଟେଷ୍ଟ କ୍ରିକେଟର ମଜା ନେଇଛି। କିନ୍ତୁ ମୋତେ ଲାଗୁଛି ମୁଁ ଟେଷ୍ଟ କ୍ରିକେଟ ଲାଗି ଯଥେଷ୍ଟ ଅବଦାନ ଦେଇଛି। ମୋ ସଫଳତାରେ ମୁଁ ସନ୍ତୁଷ୍ଟ ବୋଲି ସିଏସ୍‌କେର ଅଲରାଉଣ୍ଡର ଅଲି କହିଛନ୍ତି।

ଇଂଲଣ୍ଡ ପକ୍ଷରୁ ୬୪ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଅଲି ୨୮.୨୯ ହାରରେ ୨,୯୧୪ ରନ୍‌ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନଙ୍କ ନାମରେ ୫ ଶତକ ଓ ୧୪ ଅର୍ଦ୍ଧଶତକ ରହିଛି। ଡାହାଣହାତୀ ଅଫ୍‌ ସ୍ପିନର ୬ ଥର ୫ ଉଇକେଟ ସଫଳତା ହାତେଇବା ସହ ୧୯୫ ଉଇକେଟ ନେଇଛନ୍ତି।